୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମଗିରି ଗସ୍ତ
ଆସନ୍ତା ୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବ୍ରହ୍ମଗିରି ଗସ୍ତ ନିମନ୍ତେ ଆଜି ମଧ୍ୟାହ୍ନ ସମୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଓ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ଟର ବିଶାଲ ସିଂ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରି ବ୍ଲକର କେରାଣ୍ଡିଆ ପଡ଼ିଆ ଠାରେ କ୍ଷେତ୍ରଦେଖିବା ସହ ବ୍ଲକ ମିନି ସେକ୍ରେଟାରୀଏଟ୍ ପରିଦର୍ଶନ କରିଛନ୍ତି। ଏହି ସମୟରେ ସମସ୍ତ ପ୍ରଶାସନିକ ଅଧିକାରୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ।
