୫୦ତମ ପ୍ରତିଷ୍ଠା ଦିବସ ଓ ଗୌରବମୟ ସ୍ଵର୍ଣୀମ ଜୟନ୍ତୀ ର ଉଦ୍ଘାଟନୀ ଉତ୍ସବ।

ଧର୍ମଶାଳା -ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ବାବା ଭୈରବା ନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ୫୦ତମ ପ୍ରତିଷ୍ଠା ଦିବସ ଓ ଗୌରବମୟ ସୁବର୍ଣ୍ଣ ଜୟନ୍ତିର ଉଦ୍ଘାଟନୀ ଉତ୍ସବ ଆଜି ଅନୁଷ୍ଟିତ ହୋଇଯାଇଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରସନ୍ନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇଦେଇଥବା ବେଳେ। ମୂଖ୍ୟ ବକ୍ତା ଭାବେ ଯାଜପୁର ସାଂସଦ ରବିଦ୍ର ନାରାୟଣ ବେହେରା ଓ ସମ୍ମାନିତ ଅତିଥି ଭାବେ ବଡଚଣା ବିଧାୟକ ଅମର କୁମାର ନାୟକ ଯୋଗ ଦେଇ ନିଜ ନିଜର ବକ୍ତବ୍ୟରଖିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ଡକ୍ଟର କୃଷ୍ଣ ଚନ୍ଦ୍ର ଶତପଥୀ କଲେଜ, ପରିଚାଳନା କମିଟି ସଭାପତି ଯୁଧିଷ୍ଟିର ନାୟକ,ପୁରାତନ ଛାତ୍ର ସଂସଦ ର ସଭାପତି ପବିତ୍ର ମୋହନ ମାହାଲା ଯୋଗଦେଇଥିଲ।ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୁରାତନ ଛାତ୍ର ସଂସଦ ସମ୍ପାଦକ ଦେବରାଜ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ଆରମ୍ଭରେ ଅତିଥିମାନେ ମହାବିଦ୍ୟାଳୟ ପରିସରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।ଓ ସୁବର୍ଣ୍ଣଜୟନ୍ତୀ ଗୃହ, ଖେଳ ପଡିଆ ଉନ୍ନତିକରଣ ଓ ଦର୍ଶକ ଗ୍ୟାଲେରୀ, ସହିତ ଦ୍ଵିତୀୟ ଛାତ୍ରୀ ନିବାସ ର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ମୁଖପତ୍ର ଶୈଳଜା ଉନ୍ମୋଚନ କରିଥିଲେ। ଗତ ବାର୍ଷିକ ପରୀକ୍ଷାରେ ବିଭିନ୍ନ ସ୍ନାତକ ବିଭାଗରେ ଶ୍ରେଷ୍ଠ ସ୍ନାତକ ମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସ୍ଵାଗତ ସଙ୍ଗୀତ, ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଥିଲା। ଶେଷରେ ଅଧ୍ୟାପକ ପି ସି ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *