ଗୁପ୍ତ ଞାନେଶ୍ୱର ମହାଦେବ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
Date:- 20/05/2025Place:- bhadrak ,ତିହିଡି ବ୍ଲକ ଅନ୍ତର୍ଗତ ରାଜନଗର ର ଗୁରୁ ଦାସ ପୁର ରେ ଏକ ନବ ନିର୍ମିତ ଗୁପ୍ତ ଜ୍ଞାନେଶ୍ବର ମହାଦେବ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଟି ଜାତି ଧର୍ମ ରାଜନୈତିକଦଳ ନିର୍ବିଶେଷରେ ସମସ୍ତ ଗ୍ରାମବାସୀ ଙ୍କର ଅକ୍ଲାନ୍ତ ପରିଶ୍ରମ ଫଳରେ ସଫଳ ହୋଇ ପାରିଛି।ମହାଦେବ ମନ୍ଦିର ର ପରିଚାଳନା କମିଟିର ମୁଖ୍ୟ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ରାଉତ ଏବଂ ସମସ୍ତ ଗ୍ରାମବାସୀ ଙ୍କ ସହଯୋଗ ଏବଂ ଅକ୍ଲାନ୍ତ ପରିଶ୍ରମ ରେ ଗ୍ରାମରେ ମହାଦେବ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମ୍ଭବ ମାତ୍ର ଦେଢ଼ବର୍ଷ ମଧ୍ୟରେ ହୋଇ ପାରିଛି। ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ସମାଗମ ହୋଇ ଥିଲା କଳସ ସ୍ଥାପନ କରାଯାଇଥିଲା, ଯଜ୍ଞ ମଣ୍ଡପ ୩ ଦିନ ଧରି ଯଜ୍ଞ କରାଯାଇଥିଲା। ଦୂର ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ସମାଗମ ହୋଇ ଥିଲେ । ରାଜନୈତିକ ଦଳର ଅଶୋକ ଦାସ, ଚାନ୍ଦବାଲି ବିଧାୟକ, ଭଦ୍ରକ ବିଧାୟକ, ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଧାମରା ବନ୍ଦର ବହୁ ବରିଷ୍ଠ ପଦାଧିକାରୀ, ଠାକୁର ଙ୍କ ଦର୍ଶନ କରିଥିଲେ, ଏବଂ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।
