ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର ମେଧା ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ।
ବ୍ରହ୍ମପୁର 13/3 ( )ସ୍ଥାନୀୟ ଅରବିନ୍ଦନଗରସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର ମେଧା ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଶ୍ରୀମ ହନ୍ତ କମଳାକାନ୍ତ ଦାସ ମହାରାଜ ଙ୍କ କରକମଳରେ ଦୀପ ପ୍ରଜ୍ଜଳନ କରାଯାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା। ଏଥିରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ସହ ବନ୍ଧିତ ୨୫ଟି ବିଦ୍ୟାଳୟ ରୁ ପ୍ରାୟ ୩୦୦ବିଦ୍ୟାର୍ଥୀ ଅଂଶ ଗ୍ରହଣ କରିଥିଲେ। ଗଞ୍ଜାମ, ପୁରୀ, ସୋନପୁର, ଗଜପତି ପ୍ରଭୁତି ଜିଲ୍ଲାର ମେଧାବୀ ଶିଶୁ ମାନେ ତୃତୀୟ, ପଞ୍ଚମ ଓ ସପ୍ତମ ଶ୍ରେଣୀରେ ପରୀକ୍ଷା ଦେବା ନିମନ୍ତେ ଉପସ୍ଥିତ ଥିଲେ। ସଂସ୍ଥାନ ର ସମ୍ପାଦକ ରଞ୍ଜନ କୁମାର ସାହୁ, ପରୀକ୍ଷା ପରିଚାଳିକା ଉଷାରାଣୀ ତ୍ରିପାଠୀ, କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଷୋଇ, ଉକ୍ତ ବିଦ୍ୟାଳୟ ର ସମ୍ପାଦକ କୁମୁଦ ରଞ୍ଜନ ପଣ୍ଡା, ପ୍ରଧାନଚାର୍ଯ୍ୟ ରାଜେନ୍ଦ୍ର କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦିକା, କୁନି ପାଢ଼ୀ, ଉପଦେଷ୍ଟା

ଡ଼ଃ ସୁଦର୍ଶନ ସାହୁ ଓ ବିଭିନ୍ନ ବିଦ୍ୟାଳୟ ର ସମ୍ପାଦକ, ପ୍ରଧାନାଚାର୍ଯ୍ୟ ଉପସ୍ଥିତ ରହିଥିଲେ। ଦୁଇଟି ପଯ୍ୟାୟରେ ମେଧା ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଶିଶୁ ମାନଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହ ପରିଲକ୍ଷିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ରମେଶ ପ୍ରଧାନ, ନୀଳାଞ୍ଚଳ ଦାସ, ଗୋବିନ୍ଦ ବେହେରା, ଅଶ୍ୱିନୀ ଦାସ, ଶ୍ରୀକାନ୍ତ ପଟ୍ଟନାୟକ, ସୁକାନ୍ତି ମହାନ୍ତି, ଇତିଶ୍ରୀ ଦାସ, ସରୋଜ କୁମାର ମିଶ୍ର, ମମତା ସାହୁ, ଉଷାରଞ୍ଜନ ମିଶ୍ର, ପ୍ରଣତି ପଟ୍ଟନାୟକ, ଅନ୍ନପୂର୍ଣ୍ଣା ଦାସ, ଅମୀୟ ରଥ, ହୃଷିକେଶ ପାହାଡି ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।
