ପାନ୍ଥଶାଳା ଡାକେ ଆସ ହେ ପଥିକ

ଶୀର୍ଷକ _ପାନ୍ଥଶାଳା ଡାକେ ଆସ ହେ ପଥିକ


ରୀତାରାଣୀ ଦାଶ
ବାଲେଶ୍ୱର

ପାନ୍ଥଶାଳା ଡାକେ ଆସ ହେ ପଥିକ
କ୍ଲାନ୍ତି ଅବସନ୍ନ କର ମୋ ଠାରେ
ଅଙ୍କା ବଙ୍କା ସ୍ମୃତି ପଛେ ଦିଅ ଫିଙ୍ଗି
ଭୁଲ ଭୁଲିଯାଇ ଆଗେ ଯିବାରେ |

ଆଶ୍ରୟ ସ୍ଥଳ ମୋ ଶାନ୍ତିପୂର୍ଣ୍ଣ ଧାର
କରିବି ଝଡ଼ରୁ ଉଦ୍ଧାର ପରା
ଉଷୁମ ସୁସ୍ୱାଦୁ ଭୋଜନ ଖୁଆଇ
ମେଣ୍ଟାଇବି ତୃଷ୍ଣା ସ୍ନେହରେ ଭରା |

ଅନ୍ଧାର ରାତ୍ରିରେ କର୍ଣ୍ଣ ଡେରି ଶୁଣେ
ପାନ୍ଥଶାଳାର ସେ ରକ୍ଷକ ହସ
ସ୍ୱାଗତ ଯୋଗ୍ୟର ତୃପ୍ତିର ଯେ ଦୃଶ୍ୟ
ଚିନ୍ତାହୀନ ଏକ ମଧୁର ଶେଯ |

ଆସ ହେ ପଥିକ ବିଶ୍ରାମ କରିବ
ପୁନର୍ଜୀବିତ ରେ ଆତ୍ମା ତୁମର
ପରିତେଜି ଯାତ୍ରା ପରିପୂର୍ଣ୍ଣ କର
ପ୍ରେମ ପ୍ରୀତି ଭରା ଶ୍ୱାସ କ୍ରିୟାର |

ପୂଣ୍ୟ ଓ ପବିତ୍ର ଆରାମ ଦାୟକ
ଆଶ୍ରୟ ସ୍ଥଳଟି ତ ପାନ୍ଥଶାଳା
ଯେଉଁଠାରେ ଶାନ୍ତ କ୍ଲାନ୍ତ ହୃଦୟଟି
ଉପଶମ ହୁଏ ମନର ଜ୍ୱାଳା |

କେବେ ସେ କାହାଠୁ ବୁଝେନାହିଁ ଜାତି
ଘୃଣା ବିକାରରେ ହେୟ ମଣେନା
ଚିରଦିନ ପାଇଁ ସର୍ବସ୍ବ ତ୍ୟାଗଇ
ଆଶ୍ରୟ ପ୍ରଦାନେ ମୁକ୍ତ ଭାବନା |

ଅସହ୍ୟ କଷଣ ପାନ୍ଥଶାଳା ସହେ
ତଥାପି ବାଣ୍ଟଇ ଉଲ୍ଲାସେ ସ୍ଥାନ
ଅନ୍ତରରେ ତାର ବେଦନା ଓ କୋହ
ହେଲେ ବି ପଥିକେ ଅମାପ ଦାନ |

Leave a Reply

Your email address will not be published. Required fields are marked *