ବଦଳିବ ପୁରୀଜିଲ୍ଲା ସାକ୍ଷୀଗୋପାଳର ଦୃଶ୍ୟପଟ ।

ବଦଳିବ ପୁରୀଜିଲ୍ଲା ସାକ୍ଷୀଗୋପାଳର ଦୃଶ୍ୟପଟ । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ରାଜନୈତିକ ଓ ଭୌଗୋଳିକ ମାନଚିତ୍ର ହେବ ପରିବର୍ତ୍ତନ। ଦୀର୍ଘ ଦିନର ଅପେକ୍ଷା ପରେ ସାକ୍ଷୀଗୋପାଳ ରାଜରାସ୍ତାକୁ ସଂଲଗ୍ନ ଥିବା 4 ଟି ପଂଚାୟତ ହେବ ସାକ୍ଷୀଗୋପାଳ ବିଜ୍ଞାପିତ ପରିଷଦ ବା NAC । ଉପକୃତ ହେବେ ସାକ୍ଷୀଗୋପାଳର 10 ହଜାରରୁ ଅଧକ ଲୋକେ । ଏନେଇ ସ୍ଥାନୀୟ ବିଡ଼ିଓ ,ତହସିଲଦାର ଅନୁଧ୍ୟାନ କରିବା ପରେ ସରକାରଙ୍କ ନିକଟକୁ ଚୁଡାନ୍ତ ରିପୋର୍ଟ ଦାଖଲ କରିଛନ୍ତି ବ୍ଲକ ପ୍ରଶାସନିକ ଅଧିକାରୀ । ଭିତ୍ତିଭୂମି, ଉନ୍ନତ ସ୍ବାସ୍ଥ୍ୟ ସେବା, ପରିମଳ ଆଦି ଦିଗରେ ସ୍ଵତନ୍ତ୍ର ଅନୁଦାନ ମିଳିବ । ବିଭିନ୍ନ ଜରୁରୀ ସେବା ସାଙ୍ଗକୁ ଅର୍ଥନୈତିକ ଅଭିବୃଦ୍ଧି ଓ ସହରୀ ଯୋଜନାରେ ସାମିଲ ହେବେ ସାକ୍ଷୀଗୋପାଳ ବାସିନ୍ଦା । ପ୍ରଥମ ପର୍ଯ୍ୟାୟରେ ଜୟପୁର, ପେଣ୍ଠପଡା, କାଦୁଆ, ଦୁଗଲ,୪ ଟି ପଂଚାୟତର କିଛି ଅଞ୍ଚଳକୁ ସମୀକ୍ଷା କରି ସାକ୍ଷୀଗୋପାଳ NAC ର ନକ୍ସା ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *