ଚିଲିକାକୂଳ ଚଲାପଥର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ
ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ନବନିର୍ମିତ ମାମୁଁ ଭଣଜା ହିଲ୍ ପାର୍କ, ଚିଲିକା କୂଳ ନିକଟରେ ପରିଶ୍ରାଗାର, ଚିଲିକାକୂଳ ଚଲାପଥର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମେ ମାମୁଁ ଭଣଜା ପାହାଡ଼ ପାଦଦେଶରେ ମୁକ୍ତାକାଶ ବ୍ୟାୟାମଶାଳା ଓ ପାର୍କ କୁ ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜ ନଡ଼ିଆ ବାଡେଇ ଉନ୍ମୋଚନ କରିଥିଲେ। ବାଲୁଗାଁ ଭଳି ଏକ ବ୍ୟବସାୟୀକ କେନ୍ଦ୍ର ସ୍ଥଳରେ ଏବଂ ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦର କୂଳରେ ଅବସ୍ଥିତ ପର୍ଯ୍ୟଟନ ସ୍ଥଳୀ ରେ ଆଜି ପର୍ଯ୍ୟନ୍ତ ପାର୍କ ଟିଏ ହୋଇ ପାରି ନ ଥିଲା ବେଳେ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଓ ସମସ୍ତ କାଉନସିଲର ମାନଙ୍କର ଉଦ୍ୟମ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍ ଓ ତାଙ୍କର ସହକର୍ମୀ ମାନଙ୍କର ତତ୍ପରତା ଯୋଗୁଁ ଓଡିଶା ସରକାରଙ୍କ ଯୋଜନାରେ ଏହି ପାର୍କ ଟି ଆଜି ଉଦଘାଟତ ହୋଇପାରିଛି।ତେବେ ଆଗାମୀ ଦିନରେ ଚିଲିକା ହ୍ରଦର କୂଳରେ ଆଉ ଗୋଟିଏ ପାର୍କ ନିର୍ମାଣ ହେବ ବୋଲି ସାଂସଦ ଶ୍ରୀ ଯୁକ୍ତ ମଙ୍ଗରାଜ ସାମ୍ବାଦିକଙ୍କୁ ଉତ୍ତର ରଖିଥିଲେ। ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ପାଇଁ ନିର୍ମାଣ ହୋଇଥିବା ପଥପ୍ରାନ୍ତ ଓ ପରିଶ୍ରାଗାର ଲୋକାର୍ପିତ କରି ଶ୍ରୀ ମଙ୍ଗରାଜ ଏହିସବୁ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ମତ୍ସ୍ୟ ବ୍ୟବସାୟୀ ସଂଘର ଅନୁରୋଧ କ୍ରମେ ପାର୍କିଂ ସ୍ଥଳ ଓ ଅନ୍ୟାନ୍ୟ ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ଉକ୍ତ ଲୋକାର୍ପଣ ଉତ୍ସବରେ ମାନ୍ୟବର ରାଜ୍ୟସଭା ସଦସ୍ୟ ଶ୍ରୀ ଯୁକ୍ତ ମାନସ ମଙ୍ଗରାଜଙ୍କ ସହିତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ଲକ୍ଷ୍ମୀଧର ସେଠୀ,ଅନିତା ସ୍ୱାଇଁ ଓ ଅନ୍ୟ ସମସ୍ତ କାଉନସିଲର, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍, ମୁଖ୍ୟଯନ୍ତ୍ରୀ ଓ ସମସ୍ତ କର୍ମଚାରୀ , ଅଧ୍ୟକ୍ଷାଙ୍କ ପ୍ରତିନିଧି ସନ୍ତୋଷ କୁମାର ପାଇକରାୟ,ବିଜେଡ଼ି ନଗର ସଭାପତି ଜୟନ୍ତ ସ୍ୱାଇଁ,ମନୋଜ ପ୍ରଧାନ,ପ୍ରକାଶ ପ୍ରଧାନ, ପ୍ରକାଶ ପାଢ଼ୀ, ଅକ୍ଷୟ ସାହୁ, ପ୍ରଭାସ ସୁନ୍ଦରାୟ, ରଞ୍ଜିତା ମହାରଣା ପ୍ରମୁଖ ଅନେକ ବିଜେଡ଼ି ନେତା ଓ ନେତ୍ରୀ ଉପସ୍ଥିତ ଥିଲେ।ଚିଲିକା ରୁ ବିରଞ୍ଚି ନାରାୟଣ ପ୍ରଧାନ ତୀର୍ଥକ୍ଷେତ୍ର live
