ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ଓଡ଼ିଶା ମୋ ପରିବାରର ରାଜ୍ୟ ମୁଖ୍ୟ ମାନ୍ୟବର ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକଙ୍କ ଉପସ୍ଥିତିରେ କେନ୍ଦୁଝର ଜିଲ୍ଲାର ଢେଂକିକୋଟ ଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଘଷିପୁରା ନିର୍ବାଚନ ମଣ୍ଡଳୀର ଢ଼େଙ୍କିକୋଟର ସତ୍ୟନାରାୟଣ ବିଦ୍ୟାପୀଠ ଠାରେ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରି ନାରାୟଣ ପାତ୍ରଙ୍କ ଆହ୍ବାନରେ , ଯୁବନେତା ଦେବାଶିଷ ପାତ୍ରଙ୍କ ନେତୃତ୍ୱରେ ୧୬୨ ୟୁନିଟ୍ ରକ୍ତ ସଂଗୃହୀତ ହେଇଛି।ଜିଲ୍ଲା ର ବରିଷ୍ଠ ନେତୃମଣ୍ଡଳୀ ଯଥା ପାଟଣା ବିଧାୟକ ଶ୍ରୀଯୁକ୍ତ ଜଗନ୍ନାଥ ନାଏକ, ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର, ଜିଲ୍ଲା ଯୁବ ଉପସଭାପତି ଶେଖ୍ ଇମରାନ,ରତନ କୁମାର ପଲେଇଙ୍କ ସହ ଅନେକ ଯୁବ ଛାତ୍ର ନେତୃମଣ୍ଡଳୀ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ସାଫଲ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *