ବନ୍ଧୁଘର ସାହିତ୍ଯ ପିଣ୍ଡାର ସାହିତ୍ଯ ଆସର
ଭୁବନେଶ୍ବର ସମ୍ ହସ୍ପିଟାଲ ଗୋଲେଇଛକ ନିକଟସ୍ଥ ବନ୍ଧୁଘର ସାହିତ୍ଯ ପିଣ୍ଡାର ସାହିତ୍ଯ ଆସର ଥିଲା। ସଭାପତିତ୍ବ କରିଥିଲେ ସାହିତ୍ଯିକ ଦାଶବେନହୁର। ଗଳ୍ପ ପାଠକରିଥିଲେ ଶ୍ରୀମତୀ ପ୍ରବୀଣା ମହାନ୍ତି ଏବଂ ଶ୍ରୀ ସୀତେଶ ତ୍ରିପାଠୀ । ବକ୍ତୃତା କ୍ରମରେ ଡକ୍ଟର ପ୍ରତିଭା ମହାରଥୀ “ସାହିତ୍ଯରେ ଜୀବନ ଦର୍ଶନ” ସମ୍ବନ୍ଧରେ ବହୁ ଶାସ୍ତ୍ର ପୁରାଣରୁ ଉଦ୍ଧାର କରି ଆଲୋଚନାକୁ ପ୍ରାଣବନ୍ତ କରିଥିଲେ। ନିହାର ଶତପଥୀ,ଡକ୍ଟର ଧ୍ରୁବଚରଣ ମିଶ୍ର, ଆନନ୍ଦ ଚନ୍ଦ୍ର ପହି, ଗାଳ୍ପିକା ବନଜ ଦେବୀ, ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି, ଅନୁବାଦିକା ମୀନାକ୍ଷୀ ରାଉତରାୟ, ଶ୍ରୀମତୀ ପ୍ରେମଲତା ଖୁଣ୍ଟିଆ, ସାହିତ୍ଯିକା ବନଜ ଦବି, ଜିତେନ୍ଦ୍ର କୁମାର ମହାନ୍ତି, ଡାକ୍ତର ଇନ୍ଦ୍ରମଣି ଜେନା, ଡାକ୍ତର ଜ୍ଞାନରଞ୍ଜନ ସ୍ବାଇଁ, ଗାଳ୍ପିକ ସହଦେବ ସାହୁ, କଟକରୁ ଆସିଥିବା ଗୀତିକାର ପ୍ରେମଚାନ୍ଦ ମହାନ୍ତି,ପୁରୀରୁ ପ୍ରିୟପତ୍ରର ସମ୍ପାଦକ ବିପିନବିହାରୀ ଦଳାଇ, ସାହିତ୍ଯିକ ଜାନକୀବଲ୍ଲଭ ଦାଶ, ଡକ୍ଟର ଲିଙ୍ଗରାଜ ରଥ ଆଦି ଅନେକ ସାହିତ୍ଯିକ ଓ ସାହିତ୍ଯପ୍ରେମୀ ଯୋଗଦେଇଥିଲେ। ସଂଗୀତଜ୍ଞ ବିବୁ ଦାସ ସମସ୍ତଙ୍କ ଅନୁରୋଧରେ ସଂଗୀତ ପରିବେଷଣ କରିଥିଲେ। ଲକି ବେହେରା ସମସ୍ତଙ୍କୁ ମିଠା ବଣ୍ଟନ କରିଥିଲେ।ସେ “ରାଣ୍ଡିପୁଅ ଅନନ୍ତା” ବିତର୍କ କଥା ଉଠାଇ ଦାଶବେନହୁରଙ୍କଠାରୁ ସମାଧାନ ଚାହିଥିଲେ ଓ ଯାହା ଫକୀରମୋହନ ଲେଖିଯାଇଛନ୍ତି ତାକୁ ପରିବର୍ତ୍ତନ କରିବା ଅନୁଚିତ ଓ ଅନଧିକାର ବୋଲି ସର୍ବସମ୍ମତ ମତ ପ୍ରକାଶ ପାଇଥିଲା। ଶ୍ରୀଯୁକ୍ତ ସତ୍ଯାନାଶ ଓ ଶ୍ରୀ ଦୁର୍ବଳିଆ ବ୍ଯଙ୍ଗ କବିତା ପାଠକରିଥିଲେ। ଖ୍ଯାତନାମା ଯାଦୁକର ସୁକେଶ ପଟ୍ଟନାୟକ ଗଣିତ ଓ ଜ୍ଯାମିତିକୁ ଆଧାର କରି ଯାଦୁ ପ୍ରଦର୍ଶନ କରିଥିଲେ। ଡକ୍ଟର ଦେବଦାସ ମହାନ୍ତି ଓ ସୁଶାନ୍ତ ସାହୁ ଆସର ପରିଚାଳନାରେ ପ୍ରମୁଖ ଭୂମିକା ନେଇଥିଲେ।
