ଫିରିଙ୍ଗିଆ ବଜାର ଗୋଷ୍ଠି ଶୌଚାଳୟ ରେ ତାଲା ଝୁଲୁଛି ଲକେ ହନ୍ତସନ୍ତ ।

କନ୍ଧମାଳ ତା ୨୭/୦୨/୨୦୨୫ ଫିରିଙ୍ଗିଆ ବ୍ଲକ ରେ ଲକ୍ଷ।ଧିକ ଟଙ୍କା ରେ ନିର୍ମାଣ ହୋଇଥିବା ବଜାର ଗୋଷ୍ଠୀ ଶୌଚାଳୟକାର୍ଯ୍ୟରେ ଲାଗିପାରୁନି ଲାଗି ପାରୁନଥିବା କଥା ପଦାକୁ ଆସିଛି । ଯାହାଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନ ସାଧାରଣ ଜନତା। ଏଭଳି ଏକ ଅଭାବନାୟ ଦୃଶ୍ୟ ଦେଖୁବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ କାର୍ଯ୍ୟାଳୟ ପାଖରେ ମାତ୍ର ଗୋଷ୍ଟି ଶୌଚାଳୟ ତେବେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧୀନରେ ରହିଛି ସମୁଦାୟ ଚୋବି ଶି ଟି ପଞ୍ଚାୟତ ନିତି ଦିନିଆ ଶତାଧୂକ ଲୋକ ଏହି ବଜାର ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ବିଭିନ୍ନ କାମ ପାଇଁ ଅସିଥାନ୍ତି। ପାଖାପାଖି ଲୋକଙ୍କ ଠାରୁ ଆରମ୍ଭ କରି ଦୂରଦୁରାନ୍ତ ରୁ ଲୋକମାନେ ଏହି ବଜାର ଓ ବ୍ଲକ କୁ ନିଜନିଜ ବ୍ୟକ୍ତିଗତ କାମ ପାଇଁ ଆସନ୍ତି । ସେପଟେ ସହରରେ ଗୋଟିଏ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି। ଶୌଚାଳୟ ସମ୍ମୁଖରେ ବଜାରର ଅଳିଆ ଆବର୍ଜନା ଭରପୁର୍ ହୋଇ ପଡ଼ିଥିବାର ଦେଖୁ ବାକୁ ମିଲୁଛି ।ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଫିରିଙ୍ଗିଆ ବଜାରରେ ଦୋକାନ ସବୁ ଲାଗିକି ଥିବା ଏହି ଶୌଚାଳୟ ଅଚଳ ହୋଇପଡ଼ିଥିବାରୁ ଲୋକେ ଆହୁରି ସମସ୍ୟା ର ସମ୍ମୁଖୀନ ହେଉଥ‌ିବା ଦେଖୁବାକୁ ମିଳିଛି। ସୂଚନା ଅନୁସାରେ ଲୋକମାନଙ୍କ ସମସ୍ୟା କୁ ଆଖି ଆଗରେ ରଖ୍ ତତ୍କାଳୀନ ଗୋଷ୍ଠି ଉନ୍ନୟନ ଅଧିକାରୀ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କନ୍ଧମାଳ ପଞ୍ଚାୟତ ସମିତି ଫିରିଙ୍ଗିଆ ଦ୍ବାରା ଗତ ୨୦୨୦/୨୧ ଆର୍ଥକ ବର୍ଷାରେ ଏସବିଏମ ଫଣ୍ଡ ରୁ ଦୁଇ ଲକ୍ଷ୍ୟ ଦଶ ହଜାର ଓ ସିଏସସି ଫଣ୍ଡ ରୁ ନବେ ହଜାର ସମୁଦାୟ ତିନି ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ଏହି ଗୋ ଷ୍ଠୀ ଶୌଚାଳୟ ଟି ନିର୍ମାଣ କରାଯାଇଥିଲା। କିଛି ଦିନ ଶୌଚାଳୟ ଟି ଠିକ ଭାବରେ କାର୍ଯ୍ୟକ୍ଷମ ମଧ୍ୟ ହେଉଥିଲା।

ଓ ରକ୍ଷଣାବେକ୍ଷଣ ଅଭାବରୁ ଦୀର୍ଘ ଦିନ ଧରି ଶୌଚାଳୟ ଟି କାର୍ଯ୍ୟକ୍ଷମ ନହୋଇ ଅଚଳ ଅବସ୍ଥାରେ ପଡ଼ିରହିଛି।ଅନ୍ୟପଟେ ଏହି ଶୌଚାଳୟ ଟି ଅଚଳ ହୋଇ ପଡିରହିଥ‌ିବାରୁ ବିଶେଷ କରି ବ୍ଳକ ଓ ବଜାର କୁ ବିଭିନ୍ନ କାମ ପାଇଁ ଆସୁଥିବା ମହିଳା ମାନଙ୍କୁ ନାହିଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେପଟେ ବ୍ଲକ କାର୍ଯ୍ୟାଳୟ ଓ ଫିରିଙ୍ଗିଆ ବଜାରରେ ପରିସରରେ ପିଇବା ପାଣିରେ କୌଣସି ବ୍ୟବସ୍ତା ନଥିବାରୁ ପାଣି ଟୋପାଏ ପାଇଁ ଲୋକ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ତେବେ ବ୍ଲକ କାର୍ଯ୍ୟାଳୟ ଓ ବଜାର ପରିସରରେ ଯଦି ଏଭଳି ଅବ୍ୟବସ୍ଥା ତାହେଲେ ଗ୍ରାମାଞ୍ଚଳ ମାନଙ୍କରେ କିଭଳି ସୁବିଧା ଥୁବ ତାହା ଏହି ଘଟଣା ରୁ ଅନୁମାନ କରାଯାଇପାରେ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ସେପଟେ ସରକାରୀ ଦେଖାଯାଉଥିବା ବେଳେ ସରକାରୀ ଅର୍ଥ କୁ ବିନିଯୋଗ କରି ନିର୍ମାଣ ହୋଇଥିବା ଶୌଚାଳୟ ବନ୍ଦ ହୋଇ ପଡିଥ‌ିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଅନ୍ୟ ପଟେ ଏସଂକ୍ରାନ୍ତିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅନୁପ ଅଭିଷେକ ବେହେରା ଅଧିକାରୀ ଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର ହେଇଯିବ ଅନ୍ୟପଟେ ଏହି ଗୋଷ୍ଠି ଶୌଚାଳୟ କୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଜନସାଧାରଣ ଙ୍କ ଦାବି ରହିଛି।

Leave a Reply

Your email address will not be published. Required fields are marked *