ମାଣ୍ଡିଆର ହାଣ୍ଡିଶାଳ” ର ଲୋଗୋ ମହାମହିମ ରାଜ୍ୟପାଳ ଙ୍କ କରକମଳରେ ଉନ୍ମୋଚନ

ଆଇ.ଏଚ.ଏମ, ଭୁବନେଶ୍ୱର ଠାରେ ମିଲେଟ୍ ବା ମାଣ୍ଡିଆର ଏକ ସ୍ୱତନ୍ତ୍ର ତଥା ଅନନ୍ୟ ରେସ୍ତୋରାଂ “ମାଣ୍ଡିଆର ହାଣ୍ଡିଶାଳ” ର ଶୁଭ ଉଦଘାଟନ ଗତ ୨୩ ଅଗଷ୍ଟ ରେ ହୋଇଥିଲା l ହେଲଥ ଅନ ଟପ୍ ର ସି.ଇ.ଓ ଡକ୍ଟର ଗୌରବ ରାଲହନ ଙ୍କ ପ୍ରତିନିଧିତ୍ବରେ ଏହି ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା l ସେହି ଶୁଭ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମିଲେଟ୍ ର ବ୍ରାଣ୍ଡ ଆମ୍ବାସଡ଼ର ସେଫ୍ ବିକାଶ ଚାୱଲା ଅନୁଗ୍ରହ ପ୍ରଦାନ କରିଥିଲେ l ମାଷ୍ଟର ସେଫ୍ ଇଣ୍ଡିଆ ସିଜନ୍ ୮ ର ଟପ୍ ୨୨ ନମ୍ବର ପ୍ରତିଯୋଗୀ ସେଫ୍ ମଧୁସ୍ମିତା ଯୋଗଦେଇଥିଲେ l ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଙ୍କ କରକମଳ ରେ ଏହାର ଲୋଗୋ ଉନ୍ମୋଚନ ହୋଇଛି l ମାଣ୍ଡିଆ ବା ମିଲେଟ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ବହନ କରେ l ତେଣୁ ମାଣ୍ଡିଆ ର ବହୁଳ ପ୍ରଚାର ଓ ପ୍ରସାର ହେବା ସହିତ ସମସ୍ତେ ମାଣ୍ଡିଆ କୁ ମୁଖ୍ୟ ଖାଦ୍ୟ ଭାବେ ବ୍ୟବହାର କରନ୍ତୁ ବୋଲି ରାଜ୍ୟପାଳ ଶ୍ରୀ ଦାସ କହିଥିଲେ l

Leave a Reply

Your email address will not be published. Required fields are marked *