କନ୍ଧମାଳ ମେଡିକାଲ କଲେଜ ରେ ଚିକିତ୍ସା ଶୂନ ଖାଲି ରେଫର ମୁଖ୍ୟ କାମ ।
କନ୍ଧମାଳ ତା,୦୭/୦୭/୨୦୨୫ ଫୁଲବାଣୀ ଗତ ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ନବନିର୍ମିତ କନ୍ଧମାଳ ମେଡିକାଲ କଲେଜ ର ଶୁଭ ଉଦଘାଟନ ହୋଇଛ । କନ୍ଧମାଳ ବାସୀ ଖୁସି ଥିଲେ ଯେ , ସେମାନେ ଉତ୍ତମ ଶିକ୍ଷା ପାଇ ପାରିବେ ବୋଲି ଆଶା ବାନ୍ଧିଥିଲେ । କିନ୍ତୁ ପ୍ରାରମ୍ଭରୁ ବିଭିନ୍ନ କ୍ଷେତ୍ରରେ ଚିକିତ୍ସାରେ ଅବ୍ୟବସ୍ଥା ଦେଖାଦେଇଛି । ଖଜୁରୀପଡା ଉରୁମୁଣ୍ଡାର କୃପାସିନ୍ଧୁ ପ୍ରଧାନ ଙ୍କର ପରିସ୍ରା ହେବା ବନ୍ଦ ହୋଇଯାଇଥିଲା । ତାଙ୍କୁ ଫୁଲବାଣୀ ମେଡିକାଲ ରେ ଚିକତ୍ସା ପାଇଁ ଭର୍ତ୍ତି କରାଯାଇଥିଲ । କିନ୍ତୁ କୃପାସିନ୍ଧୁ ଙ୍କୁ ବ୍ରହ୍ମପୁର ମେଡିକାଲ କଲେଜ କୁ ରେଫର କରାଗଲା । ପୂର୍ବରୁ ଫୁଲବାଣୀ ମେଡିକାଲ ଏକ ସାଧାରଣ ଡକାରଖାନା ଥିଲା ସେତେବେଳେ ସ୍ୱାଭାବିକ ଭାବେ ରେଫର ହେଉଥିଲା । ଏବେ ମେଡିକାଲ କଲେଜ ହେବାପରେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ରୋଗୀକୁ ରେଫର କରାଯାଉଛି ବୋଲି ବରିଷ୍ଠ ନାଗରିକ ସୌମେନ୍ଦ୍ର କୁମାର ସାହୁ କ୍ଷଭୋ ପ୍ରକାଶ କରିଛନ୍ତି । ଗତ ଚାରିଦିନ ତଳେ ଏଜ ଗ୍ରାମରୁ ଏକ ବୃଦ୍ଧା ଙ୍କର ଅଣ୍ଟା ରେ ମାଡ଼ ହେବାରୁ ପେଲଭିକ ବୋନ ଭାଙ୍ଗି ଯାଇଥିଲା! ତାଙ୍କୁ ବି ବ୍ରହ୍ମପୁର ରେଫର କରାଯାଉଛି । ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଙ୍କ ହାତ ଭାଙ୍ଗି ଯାଇଥଲା ବାଇକ ଦୁର୍ଘଟଣାରେ ତାଙ୍କୁ ମଧ୍ୟ ରେଫର କରାଗଲା ଭୁବନେଶ୍ୱର ଗତ ତିନିମାସ ତଳେ ଫୁଲବାଣୀ ସହରର ୯ ନମ୍ବର ୱାର୍ଡ ର ଜଣେ ଗର୍ଭବତୀ ମହିଳାଙ୍କର ଟ୍ୱଇନ୍ସ ଛୁଆ ପ୍ରଶବ ହୋଇଥିଲା । ତାଙ୍କୁ ବହୁ ବିଳମ୍ବରେ ବ୍ରହ୍ମହପୁର ମେଡିକାଲ କଲେଜ କୁ ରେଫର କରାଯାଇଥିଲ । ବ୍ରହ୍ମପୁର ରେ ପୁନଃ ଅସ୍ତ୍ର ପ୍ରଚାର କରାଯାଇ ଭୁଲରେ ଭିତରେ ଛାଡ଼ି ଦେଇଥିବା ଗଜ କନା କୁ ବାହାର କରିଥିଲେ ସେଠାରେ ରକ୍ତ ସ୍ରାବ ଯୋଙ୍ଗୁ ମହିଳା ଜଣକ ଙ୍କର ମୃତ୍ୟୁ ଘଟିଥିଲ ।ଡାକ୍ତର ମାନେ ରହୁ ନାହାନ୍ତି, ବ୍ରହ୍ମପୁର ରୁ ଆସିଷ୍ଟାଣ୍ଟ ଓ ଆସୋସିଏସ୍ଟି ପ୍ରଫେସର ମାନେ ଆସନ୍ତି ଏବଂ ବ୍ରହ୍ମପୁର ଚାଲିଯାଉଛନ୍ତି ଡିନ ଙ୍କୁ ଡାକ୍ତରଙ୍କ ଅନୁପସ୍ଥିତ ଥିବା ସମର୍କରେ ପଚାରିଲେ ଡିନ ଶ୍ରୀ ନରେନ୍ଦ୍ର ବେହେରା କହନ୍ତି ମୁ ଜାଣି ନାହିଁ ମୁଁ ବାହାରେ ଅଛି ବୋଲି କନ୍ଧମାଳ ପି ପୁଲସ ଫୋରମ ର ସଭାପତି ରାଧାମୋହନ ମହାପାତ୍ର ଙ୍କ ପ୍ରଶ୍ନ୍ନ ର ଉତ୍ତରରେ କହିଥିଲେ! ତୁରନ୍ତ ମେଡିକାଲ କଲେଜ କୁ ସକ୍ରିୟ ସହ କାର୍ଯ୍ୟ କରିବାକୁ ସକ୍ଷମ କରାଯାଉ ବୋଲି ସାଧାରଣ ରେ ଦାବୀ ହେଉଛି ଉଲେଖ୍ୟ ଯୋଗ୍ୟ ଜେ କନ୍ଧମାଳ ଜିଲ୍ଲା ର ବାର ଗୋଟି ବ୍ଲକ ର ଲୋକ ଚିକତ୍ସା ପାଇଁ ନିର୍ଭର କରିଥାନ୍ତି!
