ଗୋଠିଣା ଗ୍ରାମର ମୂଖ୍ୟ ସମସ୍ୟା।
ରଘୁନାଥପୁର:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ର ଗୋଠିଣା ପଡା ଗ୍ରାମ ଟି ଦୁଇଟି ଗ୍ରାମ ପଞ୍ଚାୟତ କୁ ନେଇ ଅବସ୍ଥିତ। ଦେଶ ସ୍ବାଧୀନ ହେଲାପରେ, ଏହି ଗ୍ରାମର ସେତେବେଳ ସୁଚିନ୍ତିତ ବ୍ୟକ୍ତି ମାନେ ଦୁଇଟି ପଞ୍ଚାୟତ କୁ ନେଇ ଏହି ଗ୍ରାମଟି କୁ ଗଠନ କରିଥଲେ। ଏଠାରେ ସୂଚନା ଥାଉ କି ଏହା ସେହି ସମୟର ଜଗନ୍ନାଥପୁର ଓ ତରିକୁନ୍ଦ ଗ୍ରାମ ପଞ୍ଚାୟତ ରେ ଅବସ୍ଥିତ ଥିଲା(ଗୋଠିଣା ଗ୍ରାମ)। କାଳକ୍ରମେ ସରକାରୀ ସ୍ତରରେ ନୂତନ ପଞ୍ଚାୟତର ଗଠନ ହେବାପରେ ଏହି (ଗୋଠିଣା ଗ୍ରାମ ଟି)ନୁତନ ଭାବେ ଗଠିତ ବରାଗୋଳ ଗ୍ରାମ ପଞ୍ଚାୟତ ଏବଂ ଜଗନ୍ନାଥପୁର ପଞ୍ଚାୟତ ରେ ଅବସ୍ଥିତ ରହିଲା। ଏଠାରେ ଅନ୍ୟ ଏକ ସୁଚନା ଅନୁଯାଇ ସେ ସମୟରେ ସରକାର ଙ୍କ ନିୟମ ଅନୁଯାୟୀ ଉଭୟ ପଞ୍ଚାୟତର ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ଉନ୍ନତି ମୁଳକ କାର୍ଯ୍ୟକ୍ରମ ମାନ ଆସିଲେ ଏହି (ଗୋଠିଣା) ଗ୍ରାମ ଟି ଉପକୃତ ହେଉଥିଲା। ମାତ୍ର କାଳକ୍ରମେ ସରକାରଙ୍କ ନିୟମର ପରିବର୍ତ୍ତନ ହେବାରୁ ଜଗନ୍ନାଥପୁର ପଞ୍ଚାୟତ ର ଅବସ୍ଥିତି ଗୋଠିଣା ଗ୍ରାମ ର ୧୯ ଏବଂ ୨୦ନମ୍ବର ଓ୍ବାର୍ଡ ର ସରକାରୀ କାର୍ଯ୍ୟ ରୁ ବଞ୍ଚିତ ହେଲା। ଏହି କାରଣରୁ ଏହି ୨ଟିଓ୍ବାଡର ସରକାରୀ ଜମିର ଅଭାବ ୨୦ବର୍ଷ ରୁ ଉର୍ଦ୍ଧ୍ବ ହେବ ସରକାରୀ ଜମି ନଥିବାରୁ କାର୍ଯ୍ୟ ବଂଦ ହୋଇ ପଡ଼ିରହିଛି। ଯାହା ଫଳରେ ଏହି ପଡା ଗ୍ରାମ ରେ ଥିବା ଦୁଇଟି ସ୍କୁଲ, ମହିମା ଆଶ୍ରମ,ଗ୍ରାମ

ଦେବତୀ,ଶିବମନ୍ଦିର,ଅଙ୍ଗନବାଡ଼ି କେନ୍ଦ୍ର ର ଗୃହ, ଶବଦାହ ଗୃହ, ମଶାଣି କୁ ରାସ୍ତା ହେବାରୁ ବଞ୍ଚିତ। ଯାହାଫଳରେ ଏହି ଦୁଇ ଟି ଓ୍ବାର୍ଡ ଅବହେଳିତ ଅବସ୍ଥାରେ ରହିଥିବାର ଜଣାପଡିଛି। ଏଣୁ ବହୁବାର ଏହି ବିଭାଗ ର ଉପରିସ୍ଥ ଅଧିକାରୀଙ୍କୁ ଏବଂ ମନ୍ତ୍ରୀ, ବିଧାୟକ ଙ୍କୁ ଜଣାଇଥିଲେ ମଧ୍ୟ୍ୟ ଏଯାବତ କୈାଣସି ସୁଫଳ ମିଳି ନାହିଁ। ଏହି ସମସ୍ୟାଟି କୁ ଦୂର କରିବା ପାଇଁ ଏହି ପଡା ଗ୍ରାମ (ଗୋଠିଣା)୪ଟି ଓ୍ୱାର୍ଡ ଯଥା ବରାଗୋଳ ଗ୍ରାମ ପଞ୍ଚାୟତ ର୧,୨ଓ ଜଗନ୍ନାଥପୁର ପଞ୍ଚାୟତ ର୧୯,୨୦ ଓ୍ବାର୍ଡ କୁ ଏକାଠି ଗୋଟିଏ ଗ୍ରାମ ର ମାନ୍ୟତା ମିଳିବା ସହ ଗୋଟିଏ ପଞ୍ଚାୟତ ହେଲେ , ଗ୍ରାମର ଗ୍ରାମବାସୀମାନେ ଉପକୃତ ହେବେ ବୋଲି ଗ୍ରାମ ର ବାସିନ୍ଦା ମତବ୍ୟକ୍ତ କରିଛନ୍ତି। ଏଠାରେ ପ୍ରକାଶ ଥାଉ କି କିଛି ନିଚମନା ବ୍ୟକ୍ତି ମାନେ ବିରୋଧ କରିବାର ଆବାସ ମିଳୁଛି। ମାତ୍ର ଏବେ ସରକାର ଙ୍କ ଗ୍ରାମ ପଞ୍ଚାୟତ ଓ ରାଜସ୍ବ ଗ୍ରାମ ସଂଶୋଧନ ତମ ସମୟରେ ଏହାକୁ ନଜରରେ ରଖି କାର୍ଯ୍ୟ କଲେ ବହୁ ଦିନର ସମସ୍ୟାର ସମାଧାନ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଅଛି।
