ବଡ ସାରୋଳ କାଳିନାଗ ଗ୍ରାମକୁ ଐତିହ ଗ୍ରାମ ମାନ୍ୟତା ଦାବି କଲେ ମା ଶାରଳା ଠାକୁରାଣୀଙ୍କ ମୁଖ୍ୟ ପୂଜକ ଓ ସେବାୟତ

Date-13/10/25*-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବଡ଼ସାରୋଳ କାଳୀନାଗ ଗ୍ରାମରେ ପ୍ରାୟ ଛଅ ଶହ ବର୍ଷ ତଳେ ଜନ୍ମ ଗ୍ରହଣ କରିଥିଲେ ସାରଳା ଦାସ । ତାଙ୍କ ପୈତୃକ ନାମ ଥିଲା ସିଦ୍ଧେଶ୍ୱର ପରିଡା । ତେବେ ଉକ୍ରଳ ଭାରତୀ ମା ଶାରଳାଙ୍କ କୃପାଲାଭ କରି ସେ ସିଦ୍ଧେଶ୍ବର ପରିଡ଼ାରୁ ଶୁଦ୍ରମୁନି ଆଦିକବି ସାରଳା ଦାସ ଭାବେ ପରିଚୟ ପାଇଥିଲେ । ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ରଚୟିତା ତଥା ଓଡ଼ିଆ ଭାଷାରେ ମହାଭାରତ ରଚନା କରିଥିବା ଆଦିକବି ସାରଳା ଦାସଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନଭିନ୍ନ ମତ ପ୍ରକାଶ ପାଉଥିବା ପ୍ରତିବାଦରେ ଏବଂ ସାରଳା ଦାସଙ୍କ ସ୍ମୃତିକୁ ଉଦଯିବିତ କରି ରଖିବା ଉଦ୍ଦେଶ୍ୟରେ ଜଗତସିଂହପୁର ସାରଳା ମନ୍ଦିର ମୁଖ୍ୟ ପୂଜକ ରଞ୍ଜନ କୁମାର ପଣ୍ଡା ଏବଂ ପଣ୍ଡା ସେବାୟତ ମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ଅବସରରେ ସାରଳା ମନ୍ଦିର ବଡ଼ପଣ୍ଡା ରଞ୍ଜନ ପଣ୍ଡା ଗ୍ରନ୍ଥ ପ୍ରମାଣ ଆଧାରରେ ତଥ୍ୟ ରଖିଛନ୍ତି। ଆଦିକବି ସାରଳା ଦାସ ଶାରଳା ପୀଠ ଝଙ୍କଡ଼ ନିକଟସ୍ଥ ବଡ଼ ସାରୋଳ କାଳୀନାଗ ଗାଁରେ ଜନ୍ମ ଗ୍ରହଣ କରିଥିଲେ। କୌଣସି ପାଠ ପଢି ନ ଥିବା ସିଦ୍ଧେଶ୍ୱର ପରିଡା ନାମକ ବ୍ୟକ୍ତି ଚାଷ କରି ପେଟ ପୋଷୁଥିବା ବେଳେ ବାଗଦେବୀ ମା ଶାରଳାଙ୍କ ଆଶୀର୍ବାଦ ଏବଂ ସ୍ୱପ୍ନାଦେଶ ଫଳରେ ସେ ଓଡ଼ିଆ ଭାଷାରେ ବିଭିନ୍ନ ଗ୍ରନ୍ଥ, ପୁରାଣ ତଥା ମହାଭାରତ ରଚନା କରି ସିଦ୍ଧେଶ୍ୱର ପରିଡ଼ା ରୁ ସାରଳା ଦାସ ରେ ପରିଣତ ହୋଇଥିଲେ। ପରେ ତାଙ୍କୁ ଆଦିକବି ମାନ୍ୟତା ମିଳିଲା। ତେବେ ଯେଉଁ ସାରଳା ଦାସ ଷୋଳସହ ଖ୍ରୀଷ୍ଟାବ୍ଦରେ ମା ଶାରଳାଙ୍କ ପ୍ରାଚୀନ ପୀଠ ଲଣ୍ଡା ଦେଉଳ ଠାରେ ସାଧନା କରି ଜଣେ ମୁର୍ଖରୁ ମହାନ ବିଦ୍ୱାନରେ ପରିଣତ ହୋଇଥିଲେ, ସେହି ସ୍ଥାନରେ ଆଦିକବି ଶାରଳା ଦାସଙ୍କର ଏକ ସ୍ମୃତିସ୍ତମ୍ବ ସହିତ ଏକ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ମା ଶାରଳାଙ୍କ ଠାକୁରାଣୀ ମୁଖ୍ୟ ପୂଜକ ରଞ୍ଜନ କୁମାର ପଣ୍ଡା ଓ ପଣ୍ଡା ସେବାୟତ । ଉକ୍ରଳ କେଶରୀ ହରେକୃଷ୍ଣ ମହତାବ, ପ୍ରଫେସର ବଂଶୀଧର ମହାନ୍ତି ଐତିହାସିକ କୃଷ୍ଣ ଚନ୍ଦ୍ର ପ୍ରାଣିଗ୍ରାହୀ ଙ୍କ ଠାରୁ ଆରମ୍ଭ କରି ସୁରେନ୍ଦ୍ର ମହାନ୍ତି ପ୍ରମୁଖ ବହୁ ଗବେଷକ ସାରଳା ଦାସଙ୍କ ଜନ୍ମସ୍ଥାନ ବଡ଼ସାରୋଳ କାଳୀନାଗ ଗ୍ରାମ ବୋଲି ପ୍ରମାଣିତ ତଥ୍ୟ ପ୍ରଦାନ କରିଥିଲେ ମଧ୍ୟ ବିଗତ କିଛି ବର୍ଷ ଧରି ସାରଳା ଦାସଙ୍କ ଜନ୍ମ ସ୍ଥାନ କୁ ନେଇ ବିବାଦ ବଢି ଚାଲିଛି । ଏକ ସାର୍ବଜନୀନ ସତ୍ୟକୁ ଉପେକ୍ଷା କରି କେତେକ ବ୍ୟକ୍ତି ସଂସ୍କୃତିକୁ ବିକୃତି କରିବା ପାଇଁ ଉଦ୍ୟମ କରୁଛନ୍ତି । ଯାହାକି ନିନ୍ଦନୀୟ ବୋଲି ମା ଶାରଳାଙ୍କ ବଡ଼ପଣ୍ଡା ଓ ସେବାୟତ ମାନେ କହିଛନ୍ତି । ଏହା ସହିତ ସାରଳା ଦାସଙ୍କ ସ୍ମୃତି ରକ୍ଷା କରିବା ପାଇଁ ତାଙ୍କର ଜନ୍ମ ସ୍ଥାନରେ ଏକ ସ୍ମୃତି ସ୍ତମ୍ବ ଓ ଏକ ମିୟୁଜିୟମ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାରଙ୍କୁ ତଥା ଜିଲ୍ଲା ପ୍ରଶାସନ କୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ବଡ଼ପଣ୍ଡା ଙ୍କ ସହିତ ମା ଶାରଳାଙ୍କ ମହିମା ପ୍ରଚାରକ ରମାକାନ୍ତ ରାଉଳ ଓ ବୁଦ୍ଧିଜୀବୀ ଭଗବାନ ଦାଶଙ୍କ ସହିତ ବହୁ ସେବାୟତ ମାନେ ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ, ପ୍ରତ୍ନତତ୍ୱ ବିଭାଗ, ଦେବୋତ୍ତର ବିଭାଗ ଏବଂ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଚିଠି ଲେଖାଯିବା ସହିତ ଦାବି ଉପସ୍ଥାପନ କରି ଥିବା ବେଳେ ଖୁବଶୀଘ୍ର ଏହାକୁ ପ୍ରତିଷ୍ଠା କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *