ମଡେଲ ହାଟ ପାଇଁ ମାପଚୁପ ଆରମ୍ଭ।
ନିମାପଡା ,ନିମାପଡାର ବହୁ ପୁରାତନ ହାଟକୁ ମଡେଲ ହାଟ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଥିଲେ। ଯାହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଥମ ପଦକ୍ଷେପ ସ୍ୱରୂପ ଏନ. ଏ. ସି ଏବଂ ନିୟନ୍ତ୍ରିତ ବଜାର କମିଟି ମିଳିତ ଭାବରେ ହାଟ ଜାଗାର ମାପଚୁପ ଆରମ୍ଭ କରିଛନ୍ତି। ତେବେ ଅଧିକାଂଶ ଜାଗା ଏବେ ଜବରଦଖଲକାରୀଙ୍କ କବଜ୍ଜାରେ ଥିବାରୁ ପ୍ରଥମେ ଜବରଦଖଲ ଉଛେଦ କରାଯିଵ। ଖୁବଶୀଘ୍ର ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ହାଟଜାଗାକୁ ଜବରଦଖଲ ମୁକ୍ତ କରାଯିଵା ପରେ ମଡେଲ ହାଟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସୂଚନା ଥାଉ କି ନିମାପଡା ହାଟ ବହୁ ପୁରାତନ ହାଟ। ଏହି ହାଟ ଏବେ ବୁଲା ଗାଈ, ଗୋରୁ ,ଷଣ୍ଢଙ୍କ ଆଡାସ୍ଥଳି ପାଲିଟିଛି। ଖାଲି ସେତିକି ନୁହେଁ ହାଟର ଜାଗା ସବୁ ଜବରଦଖଲକାରୀଙ୍କ କବଜାରେ ଥିବା ବେଳେ ଷଣ୍ଢଙ୍କ ଦୌରତ୍ମରେ ଗ୍ରାହକ ହନ୍ତସନ୍ତ ହେଉଛନ୍ତି। ଷଣ୍ଢ ଆକ୍ରମଣରେ ବହୁ ଗ୍ରାହକ ଆହତ ହୋଇ ହାତ ଗୋଡ଼ ଭାଙ୍ଗିବାର ମଧ୍ୟ ବହୁବାର ନଜିର ରହିଛି। ଟିକେ ଅସାବଧନ ହେଲେ ଷଣ୍ଢ ଆକ୍ରମଣର ଶିକାର ହେବାକୁ ପଡୁଛି ଗ୍ରାହକଙ୍କୁ।ବ୍ୟବସାୟୀଙ୍କ ପନି ପରିବା ଷଣ୍ଢ ଖାଇ ଯାଉଥିବା ବେଳେ ଗ୍ରାହକଙ୍କୁ କରୁଛନ୍ତି କଲବଲ। ଖାଲି ଏତିକି ନୁହେଁ ହାଟ ଭିତରେ ବ୍ୟବସାୟୀଙ୍କ ପାଇଁ ଚାଳି ନ ଥିବାରୁ ବର୍ଷା ଦିନରେ ବ୍ୟବସାୟୀଙ୍କ ଅବସ୍ଥା କହିଲେ ନ ସରେ। ତଳେ ବସି ପରିବା ବିକୁ ଥିବାରୁ ଅଧିକ ବର୍ଷା ହେଲେ ପନିପରିବା ଭାସି ଯାଉଛି ବର୍ଷା ଦିନେ ଚାଷୀ ବ୍ୟବସାୟୀ ମାନେ ବହୁତ କ୍ଷତି ସହୁଛନ୍ତି।ଏପରି ଅବସ୍ଥାରେ ଚାଲିଛି ନିମାପଡା ହାଟ। ବୋଝ ଉପରେ ନଳିତା ବିଡା ପରି ଅଧିକାଂଶ ଯାଗା ଏବେ ଜବରଦଖଲକାରୀଙ୍କ କବଜାରେ। ଯେଉଁଥି ପାଇଁ ଆଜି ହାଟ ଏକ ସଂକୀର୍ଣ୍ଣ ଜାଗାରେ ବସୁଛି । ଏଥିପାଇଁ ବ୍ୟବସାୟୀ ଏବଂ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ୟବସାୟୀଙ୍କୁ ହାଟରେ ସମସ୍ତ ମୌଳିକ ସୁବିଧା ଦେବା ସହ ଜବରଦଖଲ ହଟାଇବା ପାଇଁ ବଜାର କମିଟିର ସଭାପତି ବଂଶୀଧର ସାହୁ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୋଦ ଜେଠୀ ଧରଣୀଧର ସାହୁ ବଳରାମ ବେହେରା ଅଭିମନ୍ୟୁ ମଲ୍ଲିକ ଦାମୋଦର ସାହୁ ପ୍ରମୁଖ ଦାବୀ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଅଂଚଳବାସିନ୍ଦାଙ୍କୁ ଏକ ମଡେଲ ହାଟ ଭେଟି ଦେବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
