ବିଦୁଷୀ ଇନ୍ଦିରା ପ୍ରତିହାରୀ ଙ୍କ ସ୍ମୁତି ସଂସଦ

ବିଦୁଷୀ ଇନ୍ଦିରା ପ୍ରତିହାରୀ ଙ୍କ ସ୍ମୁତି ସଂସଦ**ଯେଉଁ ସମୟରେ ସେବାୟତ ପରିବାରର ବୋହୂଟିଏ ମୁଣ୍ଡରୁ ଓଢଣା କାଢି ଏକୁଟିଆ ଦାଣ୍ଡକୁ ଆସି ପାରେନି ସେହି ସମୟରେ ଶ୍ରୀମନ୍ଦିର ସହ ସଂପୃକ୍ତ ସେବାୟତ ପରିବାରର ଜଣେ ମହିଳା ଠାକୁରଙ୍କ ସଂସ୍କୃତିର ପ୍ରcଚାର ପ୍ରସାର ପାଇଁ କଟକ ସ୍ଥିତ ଆକାଶବାଣୀ କୁ ଗୀତ ଗାଇବାକୁ ଯାଇପାରେ ଏହା ଏକ ବିସ୍ମୟ ଭଳି ମନେ ହେଉଛି ।ନିଜର କୁନି କୁନି କଣ୍ଠରେ ଜଗନ୍ନାଥ ଙ୍କ ଜଣାଣ,ଭଜନ ପରିବେଷଣ କରିବାରେ ପାରଙ୍ଗମ ଥିଲେ କଣ୍ଠଶିଳ୍ପୀ ।ଆମେ କହୁଛେ ଓଡ଼ିଶାର ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଇନ୍ଦିରା ପ୍ରତିହାରୀ ଙ୍କ ବିଷୟରେ ।୧୯୪୩ ମସିହା ସେପ୍ଟେମ୍ବର ମାସରେ ପୁରୀ ହରଚଣ୍ଡି ସାହିରେ ଜନ୍ମ ଗ୍ରହଣ କରିଥିଲେ ଇନ୍ଦିରା ।ଜୀବନର ଆରମ୍ଭରୁ ସେ ସବୁବେଳେ ଜଗନ୍ନାଥ ଙ୍କୁ ନିଜକୁ ସମର୍ପି ଦେଇଥିଲେ ।୯ ବର୍ଷ ବୟସରୁ ଗୁରୁ ନୃସିଂହ ନାଥ ଖୁଣ୍ଟିଆ ଏବଂ ସିଂହାରୀ ଶ୍ୟାମସୁନ୍ଦର କର ଙ୍କ ନିକଟରେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ ।୧୫ ବର୍ଷ ବୟସରେ ଜଗନ୍ନାଥ ଙ୍କ ସଂସ୍କୃତି କୁ ପ୍ରଚାର ପ୍ରସାର କରିବା ନିମନ୍ତେ ଆକାଶ ବାଣୀ କେନ୍ଦ୍ର କଟକ ରେ ତାଙ୍କୁ ସ୍ଥାନ ମିଳିଥିଲା ।ବିଦ୍ୟା ଅଧ୍ୟୟନ ଶେଷ ହେବାପରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାବରେ ୩୫ ବର୍ଷ ଧରି କାର୍ଯ୍ୟରତ ଥିଲେ ।ଏହାରି ଭିତରେ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ରୁ ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ କରାଯାଇଥିଲା।ସେଠାରୁ ଅବସର ନେବା ପରେ ଶ୍ରିପନ୍ନା ଓଡ଼ିଶୀ କଳା ପରିଷଦର ସଭାପତି ର ଦାଇତ୍ୱ ତୁଲାଇଥିବା ବେଳେ ୨୦୨୪ ମସିହା ନଭେମ୍ବର ମାସ ୧୯ ତାରିଖରେ ଶରୀର ଅସୁସ୍ଥତା କାରଣରୁ ତାଙ୍କର ଅକାଳ ବିୟୋଗ ଘଟିଥିଲା ।ଏହି ଘଟଣା ପ୍ରଘଟ ହେବା ପରେ ବନ୍ଧୁ ପ୍ରୀୟଜନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା ।ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଇନ୍ଦିରା ପ୍ରତିହାରୀ ସ୍ମୃତି ସଂସଦ ପକ୍ଷରୁ ସଙ୍ଗୀତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିତାର ବାଦକ ରବି ନାରାୟଣ ଗୁରୁ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ କବି ତିଳକ ଆର୍ତ୍ତତ୍ରାଣ ଶତପଥୀ,ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ରଘୁନାଥ ମହାପାତ୍ର,ବିଶିଷ୍ଟ ସାହିତ୍ୟିକ ଶିବ ସୁନ୍ଦର ମିଶ୍ର ଯୋଗଦାନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।ଏହି ଅବସରରେ ଗୁରୁ ଶ୍ରୀ ରବି ନାରାୟଣ ପଣ୍ଡା ଏବଂ ଗୁରୁ ଶ୍ରୀମତୀ ସଂଯୁକ୍ତା ନନ୍ଦ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶ୍ୟାମାପ୍ରସାଦ ମିଶ୍ର,ବିଭୁ ପ୍ରସାଦ ମିଶ୍ର, ନିବେଦିତା ପ୍ରତିହାରୀ, ବିଭୁଦାନନ୍ଦ ପଟ୍ଟନାୟକ, ଶିକ୍ଷାବିତ୍ ସୁଚରିତା ପ୍ରତିହାରୀ, ନାଟ୍ୟ ନିର୍ଦ୍ଦେଶକ ଲକ୍ଷ୍ମୀଧର ପୂଜାପଣ୍ଡା, ପ୍ରଦ୍ୟୁମ୍ନ ମିଶ୍ର,ଗୌରାଙ୍ଗ ଚରଣ ଖୁଣ୍ଟିଆ,ଅଶୋକ ମହାନ୍ତି,ସଦର ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର କର,ବଦ୍ରି ମିଶ୍ର,ଦୀପ୍ତି ମିଶ୍ର,ବିଭୂଦତ୍ତ ସୁବୁଦ୍ଧି,ଜିତେନ୍ଦ୍ର ପ୍ରତିହାରୀ,ଦେବାଶିଷ,ଶିବାଶିଷ,ସିପ୍ରା, ପ୍ରକାଶ ଚନ୍ଦ୍ର ପଣ୍ଡା,ମମତା ପୂଜାପଣ୍ଡା,ଜିତେନ୍ଦ୍ରିୟ ପ୍ରତିହାରୀ ଙ୍କ ସମେତ ଅନେକ ସେବାୟତ, ଶିକ୍ଷାବିତ୍, କଣ୍ଠଶିଳ୍ପୀ ଯୋଗଦେଇ ସ୍ମୃତିଚାରଣ କରିଥିଲେ। ସଙ୍ଗୀତ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିବା ଇନ୍ଦିରା ପ୍ରତିହାରୀ ଓଡ଼ିଶୀ, ଛାନ୍ଦ, ଚମ୍ପୂ ବିଶେଷକରି ଜାଗା ଆଖତା ସଙ୍ଗୀତର ସୁରକ୍ଷା ଓ ବିକାଶ ପାଇଁ ଓଡ଼ିଶାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।ସନ୍ଧ୍ୟାରେ ଆୟୋଜିତ ଭକ୍ତି ସଂଗୀତ କାର୍ଯ୍ୟକ୍ରମରେ ଗୁରୁ ନିବେଦିତା ପ୍ରତିହାରୀ ଓ ତାଙ୍କ ଗ୍ରୁପ,ମାଧବ ଶ୍ରୀ ନନ୍ଦନ ଓ ତାଙ୍କ ଗ୍ରୁପ,ଗୁରୁ ସତ୍ୟ ନାରାୟଣ ଗୁରୁ ଓ ତାଙ୍କ ଗ୍ରୁପ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ ସଂସଦର ସଭାପତି ସଂଯୁକ୍ତା ମିଶ୍ର ସଂଯୋଜନା କରିଥିବା ବେଳେ ସୁକାନ୍ତ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଶ୍ୟାମପ୍ରକାଶ ସେନାପତି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *