ଦି ମିରର ଓ ହେଲ୍ଫ ଏଜ ଇଣ୍ଡିଆ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳନ
ପୁରୀ – ତା 08-03-2026 ରିଖ ରବିବାର ଦିନ ସାମାଜିକ ଅନୁଷ୍ଠାନ ଦି ମିରର ଓ ହେଲ୍ଫ ଏଜ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ତଳଜଙ୍ଗ ପଞ୍ଚାୟତ ନଈକୂକ ଗ୍ରାମ ମା ମଙ୍ଗଳା ମନ୍ଦିର ପରିସରରେ ଆଜି ଅନ୍ତର୍ଜାତୀୟକ ମହିଳା ଦିବସ ଏକ ନୂଆ ଡ଼ଙ୍ଗରେ ପାଳିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ଲାୟନ ସଞ୍ଜୟ କୁମାର ପ୍ରଧାନ ସଭାକାଯ୍ୟ ପୌରୋହିତ୍ୟ କରିଥିଲେ l ଦି ବେଲ ଅଧ୍ୟକ୍ଷ ଶ୍ରୀଯୁକ୍ତ ସିଦ୍ଧାର୍ଥ ରାୟ ଅଥିତି ଭାବେ ଯୋଗ ଦେଇ ସମଗ୍ର ବିଶ୍ୱରେ ଆଜି ମହିଳା ଦିବସ ପାଳିତ ହେଉଥିବା ବେଳେ କିନ୍ତୁ ଆଜି ଗୋଟେ ମହିଳା ଭାରତ ହଉ କି ଓଡିଶା ରେ ମହିଳା ମାନେ ସୁରକ୍ଷିତ ନୁହନ୍ତି l ପ୍ରତେକ ଦିନ ନାରୀ ନିଯ୍ୟାତନା ଦୁଷ୍କର୍ମ ବଡି ଚାଲିଛି ଏହାକୁ ସରକାର ସୁରକ୍ଷା ପାଇଁ ପଦେକ୍ଷପ ନେବା ଦରକାର ଓ ମହିଳା ମାନେ ନିଜେ ନିଜେ ପରସ୍ପରକୁ ସାହାଯ୍ୟ ବାନ ରହିବା ନିହାତି ଦରକାର l ହେଲ୍ପ ଏଜ ଇଣ୍ଡିଆର ପୁରୀ ଜିଲ୍ଲା ପୋଗ୍ରାମ ଅଫିସର ଶ୍ରୀଯୁକ୍ତ ଶୈଳେନ୍ଦ୍ର ନାଗ, ରିକି ବାରିକ ଗ୍ରାମ୍ୟ ସଭାପତି ସମତେ ଅତିଥି ଭାବେ ଯୋଗ ଦେଇଥିଲେ l

ଆଜି ଡାକ୍ତର (ସ୍ତ୍ରୀ ବିଶେଷଜ୍ଞ ) ମାନେ ଆସି ୪୦୦ ରୁ ଉର୍ଦ୍ଧ ମହିଳା ଓ କିଶୋରୀ ବାଳିକା ମାନଙ୍କୁ ଚେକପ ସହିତ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା l ଶେଷରେ ମହିଳା ମାନଙ୍କ ଭିତରେ ହୁଳହୁଳି, ଶଙ୍ଖଫୁଙ୍କା, ମ୍ୟୁଜିକ ଚୈର ଓ କାନ୍ଦଣା ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପ୍ରଥମ, ଦ୍ୱତୀୟ ଓ ତୃତୀୟ ଭାବେ ବିଜେୟତା ଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାଯ୍ୟକ୍ରମକୁ ଯୁବ ସମାଜସେବୀ ଶିବ ପ୍ରସାଦ ଜେନା ପରିଚାଳନା କରିଥିଲେ l ଗ୍ରାମର ଆଶା ସୁକାନ୍ତ ଜେନା, ସିଲି ପ୍ରଧାନ, ବିଜୟଲଷ୍ମୀ, ସ୍ୱାଇଁ, ସୁଲଚନା ଜେନା, ସଂଯୁକ୍ତା ଭୋଇ,ସସ୍ମିତା ଜେନା, କୈବଲ୍ୟ ଜେନା ଓ ଗୋବରଧନ ଜେନା ମାନେ ସହଯୋଗ କରିଥିଲେ l
