ପୁରଣ ତାଳଦଣ୍ଡା କେନାଲବନ୍ଧରୁ ଫେରିବାଲା ନିଖୋଜ।

ରଘୁନାଥପୁର ତା ୧୪/୯:-ରଘୁନାଥପୁର ବ୍ଲକ ପୁରଣ ଗ୍ରାମ ଦକ୍ଷୀଣେଶ୍ବରୀ ମନ୍ଦିର ନିକଟସ୍ଥ ତାଳଦଣ୍ଡା କେନାଲ ବନ୍ଧନିକଟରୁ ଜଣେ ଫେରିବାଲା ନିଖୋଜଥିବା ଜଣାପଡିଛି।ଘଟଣାରୁ ପ୍ରକାଶ ରବିବାର ସକାଳ ୭ଟା ସମୟରେ ପୁରଣ ତାଳଦଣ୍ଡା କେନାଲ ବନ୍ଧ ଉପରେ ଫେରିଜିନିଷ ଲଦାହୋଇଥିବା ଓଡି୨୧ଇ୮୭୧୪ନମ୍ବର ଏକ ମୋପେଡ ମଟରସାଇକେଲ ଛିଡା ହୋଇ ରହିଥିବା ବେଳେ ବ୍ୟକ୍ତି ଙ୍କ ପିନ୍ଧା ପ୍ୟାଣ୍ଟ ସାଟ ବ୍ୟାଗରେ ରହିଥିବା ଦେଖିବାକୁ ମିଳିଛି।ତେବେ ଗ୍ରାମବାସୀ ଙ୍କ କହିବାମୁତାବକ ସକାଳ ୭ଟା ସମୟ ଠାରୁ ଦିର୍ଘସମୟ ଧରି ଗାଡିଟି ଠିଆହେବା ଯୋଗୁ ଗ୍ରାମବାସୀ ସନ୍ଧେହ ପ୍ରକାଶ କରି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ।ଖବରପାଇ ରଘୁନାଥପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ତାଳଦଣ୍ଡା କେନଲରେ ସୈଚହେବାକୁଯାଇ ବ୍ୟକ୍ତିଜଣକ ବୁଡିଯାଇଥିବା ପୋଲିସ ସନ୍ଧେହ ପ୍ରକାଶ କରି ରଘୁନାଥପୁର ଅଗ୍ନିଶମ ବାହୀନି କୁ ଜଣାଇ ଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କେନାଲରେ ପଶି ଦିର୍ଘ ପ୍ରାୟ ୧୦ ଘଣ୍ଟାଧରି ଅକ୍ଳାନ୍ତ ପରିଶ୍ରମକରି ଖୋଜାଖୋଜି କରିଥିଲେ।ଖବର ଲେଖାହେବା ସମୟ ପରଯ୍ୟନ୍ତ ନିଖୋଜ ଫେରିବାଲାଙ୍କର କୈଣସି ସନ୍ଧାନ ମିଳିନଥିଲା।ତେବେ ନିଖୋଜ ବ୍ୟକ୍ତି ଜଣକ ଙ୍କ ନାମ ସୁରେଶ ମଣ୍ଡଳ ବୟସ ୫୩ ତାଙ୍କ ଘର ଏହି ବ୍ଲକ ଅଧିନ ଜଇପୁର ଗ୍ରାମର ର ରଙ୍ଗଣିସାହିର ବୋଲି ଛପଡା ସରପଞ୍ଚ ଅମିତା ଖୁଣ୍ଟିଆ ପ୍ରକାଶ କରିଥିଛନ୍ତଗ।

Leave a Reply

Your email address will not be published. Required fields are marked *