ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ ।

Date- 07/01/26- ସାରା ଓଡ଼ିଶାରେ ଆଜି ୧୧୮ ଟି ସ୍ଥାନରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହି ଭଳି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଲାଥିପଡ଼ା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଦିଲ୍ଲୀପ କୁମାର ସ୍ୱାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପିତାମ୍ବର ନାୟକ,ବିଜୟ କୁମାର ମଣ୍ଡଳ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ମୁଖ୍ୟବକ୍ତା ଭାବେ ସିମାଞ୍ଚଳ ସାହୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ମଧୁସ୍ମିତା ମହାନ୍ତି ଆବାହକ, ସରପଞ୍ଚ, ସମିତିସଭ୍ୟ, CRCC, ୱାର୍ଡ ମେମ୍ବର ଯୋଗ ଦେଇଥିଲେ । ସାରା ଓଡ଼ିଶାରେ ୧୧୮ ବିଦ୍ୟାଳୟରେ ଭିତ୍ତି ପ୍ରସ୍ତର ସ୍ଥାପନ ହେଉଥିବା ବେଳେ ସୋରଡ଼ା ନିର୍ବାଚନ ମଣ୍ଡଳୀ ରେ ଦୁଇଟି ବିଦ୍ୟାଳୟରେ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ ହେଉଥିବା କୁନେଇ ଉପସ୍ଥିତ ଥିବା ସମସ୍ତେ ବିଧାୟକ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରାଜ କିଶୋର ସ୍ୱାଇଁ ।)

Leave a Reply

Your email address will not be published. Required fields are marked *