ରକ୍ତତୀର୍ଥ ଇରମ ର ବିକାଶ କୁ ନେଇ ତଥ୍ୟ ରଖିଲେ ବିଧାୟକ

ରକ୍ତତୀର୍ଥ ଇରମ ର ବିକାଶ କୁ ନେଇ ତଥ୍ୟ ରଖିଲେ ବିଧାୟକ। ଭାରତୀୟ ସ୍ବାଧୀନତା ସଂଗ୍ରାମ ରେ ସ୍ବର୍ଣ୍ଣାଅକ୍ଷର ରେ ନିଜ ନାମକୁ ଲିପିବଦ୍ଧ କରିଥିଵା ରକ୍ତ ରଞ୍ଜିତ ସହୀଦ ପୀଠ ଇରମ ରାଜ୍ୟ ପର୍ଯ୍ୟଟନ ପୀଠ ରେ ମାନ୍ୟତା ପାଇଵା ପରେ ଏହି ସହିତ ପୀଠ ର ଉନ୍ନତି କରଣ ଓ ବିକାଶ ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ମଞ୍ଜୁର କରାଯାଇଛି ୩ କୋଟି ୪୭ ଲକ୍ଷ ଟଙ୍କା।ଏ ନେଇ ସ୍ଥାନୀୟ ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ର ଆୟୋଜନ କରିଥିଲେ।ଇରମ ସହୀଦ ପୀଠ ର ବିକାଶ ସହିତ ସୁ ଉଚ୍ଚ ସହୀଦ ମିନାର୍,ଲାଇଟ୍ ଏବଂ ସାଉଣ୍ଡ ସିଷ୍ଟମ,ସହ ପ୍ରେକ୍ଷାଳୟ ଓ ଲୋମହର୍ଷଣକାରୀ ଗୁଳି କାଣ୍ଡର ମୁକ ସାକ୍ଷୀ ନହଣପୋଖରୀ ର ସୈାନ୍ଦର୍ଯ୍ୟ କରଣ ବାବଦରେ ଏହି ଅର୍ଥ ଖର୍ଚ୍ଚ କରାଯିଵ ଵୋଲି ସୂଚନା ଦେଇଥିଲେ।ଏଥି ସହିତ ସହୀଦ ପାର୍କ ଓ ସହୀଦ ସମାଧୀ ପୀଠ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ସୈାନ୍ଦର୍ଯ୍ୟ କରଣ କରାଯିଵ ବୋଲି ମଧ୍ୟ କହିଥିଲେ। ମାନନୀୟ ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଏଥି ପାଇଁ ଧନ୍ୟବାଦ ଦେଇଥିଲେ। ଆଗକୁ ଏହି ପୀଠ କୁ କିପରି ଜାତୀୟ ମାନ୍ୟତା ମିଳିପାରିବ ସେ ନେଇ ସେ ପ୍ରଚେଷ୍ଟା ଜାରି ରଖିବେ ବୋଲି ସୂଚନା ଦେଇଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ ଙ୍କ ସହିତ ବିଧାୟକ ପ୍ରତିନିଧି ଅସିତ୍ କୁମାର ଦାସ, ବିଜୁ ଜନତା ଦଳର ବ୍ଲକ ସଭାପତି ଦିନବନ୍ଧୁ ଦାସ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର କୁମାର ବିଶ୍ବାଳ ଙ୍କ ସମେତ ସହୀଦ ସ୍ମୃତି କମିଟି ର ପୂର୍ବତନ ସଭାପତି ଭାଗୀରଥି ମହାନ୍ତି, ରମାକାନ୍ତ ପତି, ଗଙ୍ଗାଧର ଘଡେ଼ଇ ଓ ସଂଗ୍ରାମୀ ରତିକାନ୍ତ ରାଏ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *