ବିଭିନ୍ନ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ ସହ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଲେ ବିଧାୟକ.

ବଡ଼ଚଣା: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବନ୍ତଳା ପଞ୍ଚାୟତ ଅନ୍ତର୍ଗତ ବନ୍ତଳା,ଉପୁଳା,କପାଷ୍ଟିକିରି,ବାରିମୂଳ, ବରିଠେଙ୍ଗଡ଼ ଆଦି ଗ୍ରାମରେ ବିଭିନ୍ନ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ କରକମଳରେ ଆଜି ଅନୁଷ୍ଠିତ ହୋଇଯାଇଛି। ତାହା ସହିତ ଜାନକୀ ବଲ୍ଲଭ ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ଦିବଂଗତ କ୍ଷୀରୋଦ ଚନ୍ଦ୍ର ପ୍ରତାପ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପରେଶ ବଳବନ୍ତରାୟ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥିଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଯୋଗଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି ଉପାଧ୍ୟକ୍ଷ ବିଭାଷ ଚନ୍ଦ୍ର ନନ୍ଦ,ଜିଲ୍ଲା ପରିଷଦ ସଭ୍ୟ ଯଚିନ୍ଦ୍ର ପ୍ରସାଦ ନାୟକ,ଅରବିନ୍ଦ ସାମଲ ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ,ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଲଲାଟେନ୍ଦୁ ମହାପାତ୍ର,ମଣ୍ଡଳ ସଭାପତି ବିମଳ ପ୍ରସନ୍ନ ପ୍ରଧାନ,ବନ୍ତଳା ସରପଞ୍ଚ ସମୀର ରାଉତ,ପୂର୍ବତନ ସରପଞ୍ଚ ଦୀପକ ପ୍ରତାପ,ପଞ୍ଚାୟତ ସଭାପତି ଭାବଗ୍ରାହୀ ପଣ୍ଡା,ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବନ୍ତଳା ଗ୍ରାମ ପଞ୍ଚାୟତର ବହୁ ଜନ ସାଧାରଣ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *