ମାଲକାନଗିରି ଜିଲ୍ଲାରେ ମନରେଗା କାର୍ଯ୍ୟକ୍ରମର ଏକ ଶିକ୍ଷଣୀୟ ସଫଳତା

ମାଲକାନଗିରି,୨୦/୧୧– ନିଜ ଗ୍ରାମରେ ଦୀର୍ଘ ଦିନରୁ ପଡିରହିଥିବା ପତିତ ଜମିରେ ଶତାଧିକ ଆଦିବାସୀ ଚାଷୀ କରୁଛନ୍ତି, ଉନ୍ନତ କିସମର କାଜୁ ସହ ରାଶି ଫସଲ.ସ୍ଵେଛା ସେବୀ ଅନୁଷ୍ଠାନ, SLNDS ର ପ୍ରୟାସରେ ଜିଲ୍ଲାର ଅନେକ ଜି ପି ରେ MGNREGS କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅନ୍ତର୍ଭୁକ୍ତ ହୋଇ ସାମାଜିକ ଓ ଆର୍ଥିକ ବିକାଶର ପଥରେ ଆଗେଇ ଚାଲିଛନ୍ତି, ଆଦିବାସୀସମୁଦାୟ. ଏହାକୁ ଭିତ୍ତି କରି ଆଗାମୀ ଦିନରେ ଆବଶ୍ୟକତା ଓ ପ୍ରାଥମିକତା ଆଧାରରେ ଆହୁରି ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହେବାର ସୂଚନା ଦେଇ ଅନୁଷ୍ଠାନର ମୁଖ୍ୟ, ଶ୍ରୀଯୁକ୍ତଭାସ୍କର ଚନ୍ଦ୍ର ବେହେରା. କୁହନ୍ତି :ସରକାରୀ ସାହାଯ୍ୟ ବିଭିନ୍ନଯୋଜନା ମାଧ୍ୟମରେ ପହଞ୍ଚୁଛି ଦୁର୍ଗମ ଉପାନ୍ତ ଅଂଚଳରେ।ତେଣୁ ଧୀରେଧୀରେ ବଦଳୁଛି ମାଲକାନଗିରିର ପୁରୁଣା ଦୁଃଖ ଓ ଦୁଃସ୍ଥିତିର ଚିତ୍ର।

Leave a Reply

Your email address will not be published. Required fields are marked *