ପୁଅ ଚିକିତ୍ସା ପାଇଁ ଏ ଦୁଆର ସେ ଦୁଆର ଭିକ ମାଗିବା ସହିତ ଅକୁଳ ନିବେଦନ ମଧ୍ୟ କରୁଛନ୍ତି ମା ଓ ଗ୍ରାମବାସୀ

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ବରୁଣାଇ ଗାଁ ର ୨୧ ନଂ ୱାର୍ଡର ସରୋଜ ରାଉଳ ବୟସ ୨୬ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଆକସ୍ମିତ ଦୁର୍ଘଟଣା ରେ ଶିକାର ହୋଇ ଆଜିକୁ ୫ ଦିନ ହେବ ବାଙ୍ଗାଲୋର ର ଏକ ସରକାରୀ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ICU ରେ ଅଛନ୍ତି ।ଦୁଃଖର ବିଷୟ ଏହି ଯେ ସରୋଜ ଙ୍କ ପିତା ଭାବଗ୍ରାହୀ ରାଉଳ ସ୍ବର୍ଗବାସୀ ଏବଂ ଘରର ଆର୍ଥିକ ଅବସ୍ଥା ବହୁତ ଖରାପ ତାଙ୍କର ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ଅର୍ଥ ତାଙ୍କର ପରିବାର ବର୍ଗ ଏବଂ ବନ୍ଧୁବାନ୍ଧବ ଙ୍କ ଦ୍ଵାରା ଯୋଗାଡ କରିବା କଷ୍ଟକର ହୋଇପଡିଛି। ଅର୍ଥ ଅଭାବରୁ ପୁଅ ର ଚିକିତ୍ସା ପାଇଁ ଅସହାୟ ମାଆ ମାଳତୀ ରାଉଳ କାନ୍ଧି କନ୍ଧି ଏଦୁଆର ସେ ଦୁଆର ଭିକ ମାଗୁଛନ୍ତି ।ପୁଅ ଯାଇଥିଲା କିଛି ଅର୍ଥ ଆଣି ମାଆର ଦୁଃଖ ଦୁର କରିବ ହେଲେ ଭାଗ୍ୟର ବିଡମ୍ବନା ପୁଅ ଏବେ ମୃତ୍ୟୁ ଶଯ୍ୟାରେ ଡାକ୍ତର ଙ୍କ କହିବା କଥା ତାଙ୍କର ଚିକିତ୍ସା ସମ୍ଭବ କିନ୍ତୁ ଅଧିକ ଅର୍ଥ ର ଆବଶ୍ୟକତା ଅଛି। ତେଣୁ ମାଆଙ୍କ ଅକୁଳ ନିବେଦନ ସାଧାରଣ ଜନତାଙ୍କୁ ଏବଂ ସରକାରଙ୍କୁ ମୋ ପୁଅ ପାଇଁ କିଛି ସାହାଯ୍ୟ କରନ୍ତୁ ମୋ ପୁଅ ଯେମିତି ମୋ କୋଳକୁ ଫେରି ଆସୁ ।ସାହାଯ୍ୟ ପାଇଁ ତାଙ୍କର Bank account-32664330254

IFSC Code-SBIN0002011

Phone pay-9853951421

Google pay-9853951421

Name-Santosh ରାଉଳ

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *