ବ୍ରିଜ ତଳକୁ ଖସିପଡି ବାଇକ୍ ଚାଳକଙ୍କ ମୃତ୍ୟୁ
ଭଦ୍ରକ:୬/୧୦ – ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନରେ ଥିବା ଦୋବଲ ଗେଙ୍ଗୁଟି ବ୍ରିଜ ତଳକୁ ଖସିପଡି ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି ଏବଂ ଚାଳକ ଜଣଙ୍କ ଗୁରୁତର ହୋଇ ମେଡ଼ିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି ।ସୂଚନାନୁସାରେ ଆଜି ସନ୍ଧ୍ୟା ସମୟ ରେ ଷୋହଡା ପଞ୍ଚାୟତ କଣ୍ଟାପାରି ଗ୍ରାମର ଧରଣୀ ଯେନାଙ୍କ ପୁଅ ଶାଗର ଯେନା ନିଜ ଘର କଣ୍ଟାପାରି ଆଡୁ ଦୋବଲ ଅଭିମୁଖେ ଏକ ଆପାଚି ବାଇକ୍ ଯାହାର ଗାଡ଼ି ନମ୍ବର (OD 34 M -1068)ରେ ଆସୁଥିଲେ. କୋରକଦା ଛକ ନିକଟସ୍ଥ ଗେଙ୍ଗୁଟି ବ୍ରିଜ ପାଖରେ ରାସ୍ତା କଡରେ ପଡିଥିବା ଏକ ପଥରକୁ ଭାରାସାମ୍ୟ ହରାଇ ଧକ୍କା ଦେଇଥିଲେ, ଫଳରେ ଗାଡିଟି ବ୍ରିଜ୍ ରେ ବାଡେଇ ହୋଇ ତଳକୁ ଖସି ପଡିଥିଲା ଓ ରାସ୍ତାରେ ପଡିଥିବା ପଥରରେ ଚାଳକ ଜଣକ ପିଟିହୋଇ ଗୁରୁତର ହୋଇଥିଲେ ।ରାସ୍ତାରେ ଯାଉଥିବା ଲୋକେ ଧାମନଗର ଅଗ୍ନିଶମ ବିଭାଗକୁ ଜଣେଇବା ପରେ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେବା ବାଟରେ ତାଙ୍କର ମୃତ୍ୟୁଘଟିଥିଲା ବୋଲି ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଘୋଷଣା କରିଥିଲେ ବୋଲି ଜଣାପଡିଛି ।ତେବେ ଖବର ପାଇ ଧାମନଗର ପୋଲିସ ଘଟଣା ସ୍ତଳରେ ପହଞ୍ଚି ବାଇକ୍ ଜବତ କରିବା ସହ ମୃତ ଯୁବକର ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଏହି ଘଟଣାର ତଦନ୍ତ କରୁଛି।
ରିପୋର୍ଟ- ପୁନିଲ କୁମାର୍ ସାମନ୍ତ।
