ମାଣ୍ଡିଆର ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଲେ ସାଂସଦ ।

ଗଣିଆ -ଖରିଫ ବର୍ଷ ୨୦୨୬ ପାଇଁ ନୟାଗଡ଼ ଜିଲ୍ଲା ଗଣିଆରେ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କୃଷି ଅଧିକାରୀ ଶିବ ନାରାୟଣ ସିଂ,ଶ୍ରୀ ଅନ୍ନ ଅଭିଯାନର ଡେପୁଟି ପ୍ରୋଜେକ୍ଟ ଡାଇରେକ୍ଟର ସ୍ବାଗତିକା ପତି,ଟିଡିସିସିଓଲର ଡିଏମଓ ଉମାକାନ୍ତ ବଳବନ୍ତରାୟ,ଶ୍ରୀଅନ୍ନ ଅଭିଯାନ ସଯୋଜିକା ଅମ୍ବିକା ଦତ୍ତ,ବ୍ଳକ କୃଷି ଅଧିକାରୀ ମୋନାଲିସା ବେହେରା,ଗଣିଆ ଉନ୍ନୟନ କମିଟି ସଭାପତି ଉଷା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ମାଣ୍ଡିଆର ଉପକାରିତା ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ମାଣ୍ଡିଆ ଚାଷକୁ ଆଦରି ନେବାକୁ ଚାଷୀ ମାନଙ୍କୁ ନିବେଦନ କରିଥିଲେ । ଆଜି ପ୍ରଥମ ଦିନରେ ୧୦ ଜଣ ଚାଷୀ ୧୫ କ୍ଵିଣ୍ଟାଲ ମାଣ୍ଡିଆ ମଣ୍ଡିରେ ପ୍ରଦାନ କରିଥିଲେ । ଗ୍ରାମ୍ୟ ମହିଳା ବିକାଶ କେନ୍ଦ୍ର ତରଫରୁ ଲଘୁ ଶସ୍ୟ ଖାଦ୍ୟ ମହୋତ୍ସବ ଉଦଘାଟନ କରାଯାଇଥିଲା । ମହିଳା ମାନେ ମାଣ୍ଡିଆରୁ ପ୍ରସ୍ତୁତ ଅନେକ ଖାଦ୍ୟ ସାମଗ୍ରୀ ତିଆରି କରି ଅତିଥି ମାନଙ୍କୁ ପ୍ରଦାନ କରିଥିଲେ । ଚଳିତ ବର୍ଷ ଗଣିଆରେ ୫୫୦ କ୍ଵିଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ଗଣିଆ ଉନ୍ନୟନ କମିଟି ସଭାପତି ଉଷା ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *