ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧି ପ୍ରାକରଣଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜାତୀୟ ଲୋକ ଅଦାଲତ ଜିଲ୍ଲା ଓ ଦୌରାଜଜ୍ ତଥା-ଅକ୍ଷା ଜିଲ୍ଲା ଆଇନ ସେବା ପ୍ରାକରଣଙ୍କ ନିର୍ଦ୍ଦେଶ ମତେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋକ ଅଦାଲତରେ ଜିଲ୍ଲାଜଜ୍ କୋର୍ଟଙ୍କ ପକ୍ଷରୁ ୬୫
ଗୋଟି ଦୁର୍ଘଟଣା ଜନିତ ମାମଲା ଆଗତ କରାଯାଇ ୧୨ ଗୋଟି ମାମଲାର ଫଇସଲା ହୋଇ ୨୯ ଲକ୍ଷ ୭୦ ହଜାର ଟଙ୍କା କ୍ଷତି ପୁରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅତିରିକ୍ତ ଜିଲ୍ଲାଜଜ୍ ଇତିଶ୍ରୀ ମହାପାତ୍ର ୪୭ ଗୋଟି ଦୁର୍ଘଟଣା ଜନିତ ମାମଲା ଆଗତ କରି ୧ ଗୋଟି ମାମଲାର ଫଇସଲା କରି ୨୦ ଲକ୍ଷ କ୍ଷତି ପୂରଣ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ସେହିପରି ପରିବାର ଅଦାଲତ
ପକ୍ଷରୁ ୧୩୭ ଗୋଟି ବୈବାହିକ ମାମଲା ଆଗତ କରି ୨୭ ଗୋଟି ମାମଲା ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଫଇସଲା କରାଯାଇଛି । ସବଜଜ୍ ଅମିତାଭ ପଣ୍ଡା ୯ ଗୋଟି ଜମିଜମା ମାମଲା ଫଇସଲା କରିଥିବା ବେଳେ ଅନ୍ୟତମ ସବଜଜ ପବିତ୍ରାନନ୍ଦ ପ୍ରଧାନ ୪ ଗୋଟି ଜମିଜମା ମାମଲା ଫଇସଲା କରିଛନ୍ତି । ଏସଡିଜେଏମ୍ ବବିତା ପାତ୍ର ୨୪୧ ଗୋଟି ପୌଜଦାରୀ ଏବଂ ଜମିଜମା ମାମଲା ଆଗତ କରି ୫ ଗୋଟି ମାମଲାର ଫଇସଲା କରିଥିବା ସୂଚନା ମିଳିଛି । ପ୍ରଥମ ଶ୍ରେଣୀ ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଚେତା ପ୍ରିୟ ଦର୍ଶନ ମହାପାତ୍ର ୨ ଗୋଟି ରଫା ଯୋଗ୍ୟ ଯୌଜଦାରୀ ମାମଲା ଫଇସଲା କରିଥିଲେ । ସମଗ୍ର ଜିଲ୍ଲାରେ ସର୍ବମୋଟ ୨୭୯୩ ଗୋଟି ମାମଲାରୁ ୩୯୬ ଗୋଟି ମାମଲା ଫଇସଲା ହୋଇଥିଲା । ସେହିପରି ସ୍ଥାୟୀ ଓ ନିରନ୍ଧର ଲୋକ ଅଦାଲତ ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧୁକରଣ ସଚିବ ରଞ୍ଜୁଲତା ଲେଙ୍କା ୧୬୨୪ ଗୋଟି ପ୍ରାକ ବିବାଦ ମାମଲାର ଆଗତ କରି ୨୫୨ ଗୋଟି ମାମଲାର ସମାଧାନ କରିଥିଲେ । ଉକ୍ତ ଲୋକ ଅଦାଲତରେ ରେଜିଷ୍ଟ୍ରାର ଚିତ୍ତରଞ୍ଜନ ମିଶ୍ର, ମହିଳା ବିଚାରପତି ଜନାଲି ତ୍ରିପାଠୀ ପ୍ରମୁଖ
ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । ଜିଲ୍ଲାର ସମସ୍ତ ଆଞ୍ଚଳିକ ବ୍ୟାଙ୍କ ଅଧୁକାରୀ, ଆଇନ ସେବା ପ୍ରାଧୁକରଣ ଓ ଜିଲ୍ଲା କୋର୍ଟର କର୍ମଚାରୀମାନେ ସହାୟତା ପ୍ରଦାନ କରିଥିବାରୁ ଅନୁଷ୍ଠାନ ତରଫରୁ ଜିଲ୍ଲାଜଜ୍ ରୁପଶ୍ରୀ ଚୌଧୁରୀ ସାଧୁବାଦ ପ୍ରଦାନ କରିଥିଲେ ।
ରିପୋର୍ଟ -ରାମକୃଷ୍ଣ ରଥ, “ତୀର୍ଥକ୍ଷେତ୍ର”
