ନୀଳଚକ୍ର ୟୁଥ ଆସୋସିଏସନ ତରଫରୁ ସ୍ବଚ୍ଛତା ଅଭିଯାନ ଆରମ୍ଭ

ଆଜି ୨ ଅକ୍ଟୋବର ଗାନ୍ଧିଜୀ ଏବଂ ଶାସ୍ତ୍ରୀ ଜୀ ଙ୍କ ଜୟନ୍ତୀ ଅବସରରେ ନୀଳଚକ୍ର ନଗରସ୍ଥିତ ନୀଳଚକ୍ର ୟୁଥ ଆସୋସିଏସନ ତରଫରୁ ନୀଳଚକ୍ର ନଗରରେ ସ୍ଵଛତା ଅଭିଯାନ ଆରମ୍ଭ ହୋଇଛି।
ସ୍ଵଛତା ପ୍ରତ୍ୟେକ ବ୍ୟକ୍ତି,ପ୍ରତ୍ୟେକ ଦିନ,ପ୍ରତ୍ୟେକ ପକ୍ଷ,ପ୍ରତ୍ୟେକ ବର୍ଷ,ପିଢ଼ି ପରେ ପିଢ଼ି ,ସମସ୍ତଙ୍କ ପାଇଁ ଏକ ମହତ ଅଭିଯାନ।ଏହି ଅଭିଯାନକୁ ସଫଳ ରୂପାୟନ ଦେବା ପାଇଁ ନୀଳଚକ୍ର ୟୁଥ ଆସୋସିଏସନ ର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ମା ଭୁବନେଶ୍ଵରୀ ମନ୍ଦିର ନିକଟରୁ ସ୍ଵଛତା ଅଭିଯାନ ଆରମ୍ଭ କରି ମୁଖ୍ୟ ରାସ୍ତା ସଫେଇ କରିଥିଲେ।
ନୀଳଚକ୍ର ଆଞ୍ଚଳିକ ମହିଳା ମଞ୍ଚ ଏବଂ ନିକଚକ୍ର ନଗର ଉନ୍ନୟନ ପରିଷଦ,କାଶିହରିପୁର ଗାଁ କଲ୍ୟାଣ ସମିତି ତରଫରୁ ସ୍ଵଛତା ଅଭିଯାନକୁ ସହଯୋଗ କରାଯାଇଥିଲା।

ନୀଳଚକ୍ର ୟୁଥ ଆସୋସିଏସନ ର ସଭାପତି ରାଜୀବ ଲୋଚନ ରଥ ଏବଂ ସମ୍ପାଦକ ହିମାଂଶୁ ଶେଖର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ,କୁନା ବାରିକ,ଦେବୀ ପ୍ରସାଦ ଦାସ,ସୁଦୀପ୍ତ ଦାଶ,ଦିବାକର ଦଳେଇ,ଦୀପକ ତ୍ରିପାଠୀ,,ବବ୍ଲୁ,ଅମୂଲ୍ୟ ରଥ,ମନୋଜ କୁ ମିଶ୍ର,ଅମୂଲ୍ୟ କୁମାର ପ୍ରଧାନ,ଅଭିଷେକ ଦାସ,ବିଶ୍ୱଜିତ ପଟନାୟକ,ମଧୁସୂଦନ ତରାଇ,ମାନସ ଜଗଦେଵ,ସାରଦା ପ୍ରସନ୍ନ ମିଶ୍ର,ପ୍ରଶାନ୍ତ ପ୍ରଧାନ,ମାନଶ ରଞ୍ଜନ ସାହୂ,ସୁଶାନ୍ତକୁ ଦାସ ପ୍ରମୁଖ ଅନୁଷ୍ଠାନର ସମସ୍ତ ସଦସ୍ୟ ସ୍ଵଛତା ଅଭିଯାନ ପରିଚାଳନା କରିଥିଲେ।
ପର୍ଯ୍ୟାୟ କ୍ରମେ ନୀଳଚକ୍ର ନଗରର ସମସ୍ତ ଅଞ୍ଚଳରେ ସ୍ଵଛତା ଅଭିଯାନ ଆରମ୍ଭ ହେବ ବୋଲି ଅନୁଷ୍ଠାନ ତରଫରୁ ନିଷ୍ପତି ନିଆଯାଇଥିଲା।

Leave a Reply

Your email address will not be published. Required fields are marked *