କୋଡବରୁଆ ର ରାଧା ଗୋବିନ୍ଦ ମନ୍ଦିର ରେ ନୂଆ କରି ଝୁଲଣ ଉତ୍ସବ ପାଳିତ ହୋଇଯାଇଛି

Date:- 09/08/2025Place:- Bhadrak Anchore:- ମହାପ୍ରଭୁ ଶ୍ରୀ ରାଧାଗୋବିଦ ଙ୍କ ର ପବିତ୍ର ଝୁଲଣ ଉତ୍ସବ ଯାହାକି କୋଡବରୁଆ ଗ୍ରାମ ରେ ପ୍ରତିଷ୍ଠିତ ନୂତନ ଶ୍ରୀ ରାଧାଗୋବିଦ ମନ୍ଦିରର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ଝୁଲଣା ଉତ୍ସବ ଟି ଏବର୍ଷ ପ୍ରଥମ ଯାହା ଶ୍ରାବଣ ମାସ ଶୁକ୍ଳପକ୍ଷ ଦଶମୀ ତିଥି ଠାରୁ ଆରମ୍ଭ ହୋଇ ଭାଦ୍ରବ କୃଷ୍ଣ ପକ୍ଷ ପ୍ରତିପଦ ପଯ୍ୟନ୍ତ ୫ ଦିନ ଧରି ମହାଆଡମ୍ବରରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ସୁନ୍ଦର ଝୁଲଣ କୁଞ୍ଜି ନିର୍ମାଣ କରି ସେଥିରେ ଉତ୍କଳୀୟ ପରମ୍ପରା ଅନୁସାରେ ରଙ୍ଗ ତୂଳୀ କସ୍ତୁରୀ ଫୁଲ ମାଳ ରେ ସୁ ସଜ୍ଜିତ କରାଯାଇଥାଏ । ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଙ୍କୁ ଭକ୍ତ ମାନେ ଭକ୍ତି ସହକାରେ ବିରାଜମାନ ହୋଇ। ଝୁଲଣ ଭୋଗ କରାଇଥିଲେ। ଭକ୍ତ ମାନେ ବହୁ ସଂଖ୍ୟା ରେ ଯୋଗ ଦେଇ ସଂକୀର୍ତ୍ତନ, ଭଜନ କରି ପ୍ରଭୁ ରାଧା ଗୋବିନ୍ଦ ଙ୍କ କୃପା ଲାଭ କରିଥିଲେ। ପ୍ରତ୍ୟେକ ଦିନ ଗ୍ରାମ ବାସୀ ତଥା ଆଖପାଖ ଅଂଚଳର ବହୁ ଭକ୍ତ ଆସି ରାଧା ଗୋବିନ୍ଦ ଙ୍କୁ ଝୁଲାଇ ଆଶୀର୍ବାଦ ଭିକ୍ଷା ଲାଭ ପାଇଥାନ୍ତି। ଶେଷ ଦିନ ନୃତ୍ୟ ସଙ୍ଗୀତ ସମାରୋହ ଆୟୋଜନ ସହ ସଂକୀର୍ତ୍ତନ ସମସ୍ତ ଭକ୍ତ ମାନଂକର ମନମୁଗ୍ଧ ରେ ଆନଂଦ ମୟ ପରିବେଷ ରେ ଉଛୁଳି ପଡୁଥିଲା । ଶେଷ ରେ ପ୍ରସାଦ ସେବନ ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *