ନୟାଗଡ ଜିଲ୍ଲା କଂଗ୍ରେସ କମିଟି ଓ ବାମପନ୍ଥୀଙ୍କ ଦ୍ଵାରା ନୟାଗଡରେ ଓଡିଶା ବନ୍ଦ ସଫଳ ହେଲା।

ନୟାଗଡ – ଆଜି ନୟାଗଡ ସହରରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ଓ ବାମପନ୍ଥୀ ଓ ମିଳିତ ବିରୋଧ ଦଳ ପକ୍ଷରୁ ନୟାଗଡ ସହରରେ ଭାରତ ବନ୍ଦ ପୂର୍ଣ୍ଣ ମାତ୍ରାରେ ସଫଳ ହୋଇଛି।ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଦାସଙ୍କ ଆହ୍ଵାନ ଓ ଓଡ଼ିଶାର ସମସ୍ତ ବାମପନ୍ଥୀ ଦଳ ଓ ସମଭାବପନ ମିଳିତ ବିରୋଧ ଦଳ ପକ୍ଷରୁ ଡ଼ାକରା ଦିଆଯାଇଥିବା ଓଡିଶା ବନ୍ଦ ଆଜି ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରେ ପୁର୍ଣ୍ଷ ସଫଳ ହୋଇଛି ଫକୀର ମୋହନ ସ୍ଵଂୟଶାସିତ ମହାବିଦୟାଳୟର ଅସହାୟ ଛାତ୍ରୀ ସୌମ୍ୟାଶ୍ରି ଆତ୍ମାହୁତି ଉଦ୍ୟମ କରି ଦୁଇଦିନ କାଳ ଭୁନେଶ୍ବରସ୍ଥିତ ଏମ୍ସ ମେଡିକାଲ୍ ଠାରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜି ଦେଇଥିଲେ।ତାଙ୍କ ମୃତ୍ୟୁ ସହ ରାଜ୍ୟରେ ମାନବିକତାର ମଧ୍ୟ ଦୁଃଖଦ ଅନ୍ତ ଘଟିଛି।ଜଣେ ଜଲ୍ଲIଦ ଅଧ୍ୟାପକଙ୍କ ଯୌନ ଆବେଦନ ଓ ନିର୍ଯାତନା ପାଇ ଛାତ୍ରୀ ଜଣକ ୬ ମାସ ବିଭିନ୍ନ ଫୋରମ୍ ରେ କଲେଜ କର୍ତୃପକ୍ଷ, ଜିଲ୍ଲା ଓ ପୋଲିସ ପ୍ରଶାସନ, ବିଧାୟକ,ସାଂସଦ,ରାଜ୍ୟ ଶିକ୍ଷାମନ୍ତ୍ରୀ ,ଗୃହ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ,ଜାତୀୟ ମହିଳା ଆୟୋଗ ପ୍ରମୁଖଙ୍କୁ ନ୍ୟାୟ ପାଇଁ କାକୁତି ମିନତି ହେବା ସତ୍ବେ କେହି ସାହାଯ୍ୟ କଲେ ନାହିଁ।ଏହା ଆତ୍ମହତ୍ୟା ନୁହେଁ।ଏହା ଏକ ଅନୁଷ୍ଠାନ ଦ୍ଵାରା ଏକ ମିଳିତ ବର୍ବ ରଚିତ ହତ୍ୟା କାଣ୍ଡ। ଯେଉଁ ବିଜେପି ନିଜ ଛାମୁଆ ସଂଗଠନ ଏବିଭିପି ର ଜଣେ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ସୁରକ୍ଷା ଦେଇପାରୁ ନାହିଁ । ସେହି ଦଳର ସରକାର ରାଜ୍ୟରେ ମହିଳା ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ପ୍ରମାଣୀତ ହୋଇଛି । ଦିବଙ୍ଗତ ଛାତ୍ରୀ ଙ୍କ ଉପରେ ହୋଇଥିବା ଅକଥିନୀୟ ଅତ୍ୟାଚାର ବିରୋଧରେ ଓ ସର୍ବୋପରି ରାଜ୍ୟରେ କ୍ରମବର୍ଧିର୍ଣ୍ଣ ନାରୀ ନିର୍ଯାତନା ବିରୋଧରେ ଆଜି ନୟାଗଡ ସହରରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ଓ ବାମପନ୍ଥୀ ଦଳ ପକ୍ଷରୁ ଓଡିଶା ବନ୍ଦ ପାଳନ କରାଯାଇଥିଲା । ନୟାଗଡ ସହରରେ ଜିଲ୍ଲାପାଳ କାର୍ଯ୍ୟାଳୟ ,କୋର୍ଟ ,ତହସିଲ, ସମସ୍ତ ରାଷ୍ଟ୍ରୀୟ ବ୍ୟାଙ୍କ, ଘରୋଇ ବ୍ୟାଙ୍କ,ସରକାରୀ ସ୍କୁଲ,କଲେଜ, ନୟାଗଡ ସ୍ଵୟଂ ଶାସିତ ମହାବିଦ୍ୟାଳୟ ,ବ୍ଲକ ,କୃଷି ଅଫିସ୍,ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ପେଟ୍ରୋଲ ପମ୍ପ ଓ ସହରର ସମସ୍ତ ଛୋଟ ବଡ଼ ଦୋକାନ ଓ ବଜାଇ ବନ୍ଦ କୁ ସ୍ଵତଃ ସମର୍ଥନ ଜଣାଇ ସେମାନଙ୍କର ପ୍ରତିଷ୍ଠାନ ବନ୍ଦ କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟ କୋର୍ଟ ତହସିଲ ଓ ସମସ୍ତ ସରକାରୀ ଦପ୍ତର ଓ ବ୍ୟବସାଇକ ପ୍ରତିଷ୍ଠା ମଧ୍ୟ ବନ୍ଦ ରହିଥିଲା।ସୌମ୍ୟଶ୍ରୀ ଓ ନାରୀମାନଙ୍କୁ ସମର୍ଥନ କରି ସର୍ବସାଧାରଣ ବନ୍ଦ କୁ ସମର୍ଥନ ଜଣାଇଥିଲେ।ଏହି ବନ୍ଦ ରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକ , ବରିଷ୍ଟ ବାମପନ୍ଥୀ ନେତା ବିଶ୍ବନାଥ ମହାପାତ୍ର, ଅମିୟ ପଟ୍ଟନାୟକ,ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ୍,ବରିଷ୍ଟ କଂଗ୍ରେସ ନେତା ହୁସେନ ଖାଁନ୍, ମନୋଜ ସାହୁ ,କମଳ ସାହୁ ,ବସନ୍ତ ମହାରଣା,ଫକ୍ତିର କୁମାର ମଲ୍ଲ ,ପ୍ରତୀକ ମହାପାତ୍ର , ମୀର୍ ଅବୁ ବକର ସିଦ୍ଧିକ,ଗୋପୀନାଥ ଜେନା,ପ୍ରିତବାସ ଖୁଣ୍ଟିଆ,ପବିତ୍ର ଇନ୍ଦ୍ରଜିତ,ପ୍ରକାଶ ଚନ୍ଦ୍ର ନାୟକ ,ବିନୋଦ ଖୁଣ୍ଟିଆ,ନବକିଶୋର ସାଠୁଆ, ଆଲୋକ ଚନ୍ଦ୍ର ପ୍ରଧାନ,ପୁଲୋସ୍ ଚନ୍ଦ୍ର ମହାନ୍ତି ,ପୂର୍ଣ୍ଣ ଚନ୍ଦ୍ର ପରିଡା,ସୁରେନ୍ଦ୍ର ନାୟକ,ଅଭିନାଶ ମହାନ୍ତି , ପ୍ରଦ୍ୟୁମ୍ନ ସାହୁ,କୁଶ ମହାରଣା, ପ୍ରାଦୁମ୍ନ ସାହୁ, ଅନାର୍ଯ୍ୟମୀ ସାହୁ ପ୍ରମୁଖ ଶତାଧିକ ଯୁବ କଂଗ୍ରେସ ଛତ୍ର କଂଗ୍ରେସ ସେବା ଦଳ ଶତାଧିକ କାର୍ଯକ୍ରତା ବନ୍ଦ ରେ ସାମିଲ ହୋଇଥିଲେ । ସତ୍ୟବ୍ରତ ନାୟକ ସଭାପତି ନୟାଗଡ ଜିଲ୍ଲା କଂଗ୍ରେସ କମିଟି ।।।।

Leave a Reply

Your email address will not be published. Required fields are marked *