ରାଜରାସ୍ତା ରେ ଦଳିତ ସଙ୍ଗଠନ
ରାଜରାସ୍ତା ରେ ଦଳିତ ସଙ୍ଗଠନ । ଅସ୍ତ ରଙ୍ଗ ଅଞ୍ଚଳର ୨୩ଦଳିତ ପରିବାର ପିପିଲି ରୁ ନବୀନ ନିବାସ ଅଭିମୁଖେ ଯାତ୍ରା କରି ନ୍ୟାୟ ଦାବୀ କରିଛନ୍ତି । ଜାତୀୟ ଦଳିତ ସଙ୍ଗଠନ ପକ୍ଷରୁ ନ୍ୟାୟ ଦାବୀ କରି ରାଜରାସ୍ତା ରେ ଚାଲିଚାଲି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ପୁରୁଷ ଓ ମହିଳା। ଅସ୍ତରଙ୍ଗ ଆଳସାହି ପଂଚାୟତ ବାରଙ୍ଗ ଅଞ୍ଚଳର ୨୩ଦଳିତ ପରିବାର ଲୋକମାନେ ନ୍ୟାୟ ଦାବୀ ରେ ଚାଲିଚାଲି ନବୀନ ନିବାସ ଅଭିମୁଖେ ଯାତ୍ରା କରିଛନ୍ତି। ବିଶେଷ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଦଳିତ ପରିବାର ମାନଙ୍କୁ ଚାଷ କରିବା ପାଇଁ ପ୍ରତି ପରିବାର କୁ ଏକ ଏକର ଜମି ଯୋଗାଇ ଦିଆଯାଇ ଥିବା ବେଳେ ଏହି ଚାଷ ଜମିରେ ରେ ଚାଷ କରି ଏମାନେ ସେମାନଙ୍କ ପରିବାର ଭରଣ ପୋଷଣ କରୁଥିଲେ । ମାତ୍ର ଉକ୍ତ ଅଞ୍ଚଳରେ ଥିବା କିଛି ଖଳ ପ୍ରକୃତି ର ଲୋକ ମାନେ ସେମାନଙ୍କ ଚାଷ ଜମି ରୁ ଧାନ କାଟି ନେବା ସହିତ ମାଟି ତାଡି ନେଉଛନ୍ତି । ବାରମ୍ବାର ଏ ନେଇ ଅଭିଯୋଗ କଲେ ମଧ୍ୟ ପ୍ରଶାସନିକ ସ୍ତର ରେ ଏମାନଙ୍କୁ କୌଣସି ସହାୟତା ମିଳି ପାରୁନାହିଁ । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ବେଳେ ହାଇକୋର୍ଟ ଙ୍କ ନିର୍ଦ୍ଦେଶ କୁ ମଧ୍ୟ ଖାତିର କରୁନଥିବା ଅଭିଯୋଗ ଆଣିଛନ୍ତି ଏହି ଦଳିତ ଲୋକ ମାନେ । ପ୍ରଶାସନିକ ନିଷ୍କ୍ରିୟତା ଯୋଙ୍ଗୁ ଖଳ ପ୍ରକୃତି ଅତ୍ୟାଚାର ଦିନକୁ ଦିନ ବଢି ଚାଲିଛି ବୋଲି ଅଭିଯୋଗ କରିଛନ୍ତି ଏହି ଦଳିତ ଲୋକମାନେ । ସେପଟେ ଏହି ଦଳିତ ଲୋକ ମାନଙ୍କ ସପକ୍ଷ ରେ ରାଜ୍ୟ ଦଳିତ ସଙ୍ଘ ନେତୁତ୍ବ ମାନେ ବାହାରି ଏହି ଦଳିତ ଲୋକ ମାନଙ୍କୁ ସରକାର ତଦନ୍ତ କରି ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବୀ କରି ସେମାନଙ୍କ ସହିତ ନବୀନ ନିବାସ ଅଭିମୁଖେ ଯାତ୍ରା କରିଥିବା ବେଳେ ପିପିଲି ଉତ୍ତରା ଛକ ରେ ପୋଲିସ ଏମାନଙ୍କୁ ଅଟକ ରଖିଥିଲା। କମିଶନରେଟ ପୋଲିସ ଓ ପିପିଲି ପୋଲିସ ଏହି ଆନ୍ଦୋଳନକାରୀ ଙ୍କ ସହିତ ଆଲୋଚନା କରି ଏମାନଙ୍କ ଅଭିଯୋଗ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ରୁ ଓହରୀ ଥିଲେ ଏହି ଦଳିତ ଲୋକ ମାନେ ।ସେପଟେ ପୋଲିସ ଉପରେ ଭରସା କରି ଆନ୍ଦୋଳନ ସ୍ଥଗିତ ରଖିଛୁ ଆସନ୍ତା ୫ଦିନ ମଧ୍ୟରେ ଏହାର ସମାଧାନ ନ ହେଲେ ଆନ୍ଦୋଳନ ତ୍ରିବତର କରାଯିବା ସହିତ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
