ଅନୁଷ୍ଠାନ ଆମର ପକ୍ଷରୁ ୧୭ ତମ ରାଜ୍ୟସ୍ତରୀୟ ମଞ୍ଚ ନାଟକ ପ୍ରତିଯୋଗିତା

ଅନୁଷ୍ଠାନ ଆମର ପକ୍ଷରୁ ୧୭ ତମ ରାଜ୍ୟସ୍ତରୀୟ ମଞ୍ଚ ନାଟକ ପ୍ରତିଯୋଗିତା ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ତୃତୀୟ ଦିନରେ ପହଂଚିଛି ।ଅନୁଷ୍ଠାନର ସଭାପତି ଭରତ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ହଲିଡେ ରୀସର୍ଟର ପରିଚାଳକ ରାଜକିଶୋର ପାତ୍ର,ପୂର୍ବତନ ପୌର ସଦସ୍ୟ ଶ୍ରିକଣ୍ଠ ମିଶ୍ର,ପ୍ରାକ୍ତନ ପ୍ରଶାସନ ଅଧିକାରୀ ବିନୋଦ କୁମାର ପଣ୍ଡା,ନାଟ୍ୟ ନିର୍ଦ୍ଦେଶକ ପ୍ରସନ୍ନ ମିଶ୍ର,ବରିଷ୍ଠ ସେବାୟତ ସତ୍ୟ ନାରାୟଣ ଗୁରୁ,ପୂଜାପଣ୍ଡା ନିଯୋଗର ସଭାପତି ଶ୍ରୀ ଜଗନ୍ନାଥ ପୂଜାପଣ୍ଡା,ବରିଷ୍ଠ ଅଭିନେତା ବିକାଶ ଦତ୍ତ, ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ନାଟକ ହେଉଛି ଗୋଟେ କଳାକାର ପାଇଁ ଜୀବନ ବିନ୍ଦୁ,ନାଟକ ବିନା କଳାକାରର ଜୀବନ ଅଧୁରା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ତୃତୀୟ ଦିନରେ ଭୁବନେଶ୍ୱର ଯାଆଁଳା ସ୍ଥିତ ଇନ୍ଦ୍ରଧନୁ ଥିଏଟର ପକ୍ଷରୁ ନାଟକ “ମଧୁଛନ୍ଦା” ନିର୍ଦ୍ଦେଶକ ଡ଼ ଶ୍ରୀବତ୍ସ ମହାନ୍ତି ଙ୍କୁ ମାନପତ୍ର ସହ ଆର୍ଥିକ ରାଶି ୭ ହଜାର ଟଙ୍କା ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ୦୭ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ୧୦ ଟି ଜିଲ୍ଲାରୁ ୧୦ ଟି ନାଟକ ମଣ୍ଡଳୀ ଆସି ନାଟକ ପ୍ରଦର୍ଶନ କରିବେ ।ଶେଷ ଦିନ ଅର୍ଥାତ୍ ୧୭ ତାରିଖ ଦିନ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କରାଯିବ ।ଯେଉଁ ଜିଲ୍ଲାର ନାଟକ ମଣ୍ଡଳୀ ନାଟକ ପରିବେଷଣ କରିବେ ସେମାନଙ୍କ ଉପସ୍ଥାନ ପାଇଁ ନାଟକ ନିର୍ଦ୍ଦେଶକ ଙ୍କୁ ୭ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ସହ ଯେଉଁ ଦଳ ଶ୍ରେଷ୍ଠ ନାଟକ ପ୍ରଦର୍ଶନ କରିବେ ସେମାନଙ୍କୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯିବ ।ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳକୁ ଆର୍ଥିକ ରାଶି ୧୫ ହଜାର,ଦ୍ଵିତୀୟ ସ୍ଥାନ ରେ ଥିବା ଦଳକୁ ୧୦ ହଜାର ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ୭ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯିବ ବୋଲି ସଭାପତି ସୂଚନା ପ୍ରଦାନ କରିଛନ୍ତି ।ତୃତୀୟ ଦିନରେ ପରିବେଷଣ କରାଯାଇଛି ନାଟକ “ମଧୁଛନ୍ଦା” ।ଯାହାର ସାରାଂଶ ରହିଥିଲା ବେଶ୍ୟା ଦ୍ବାରର ମାଟି ବିନା ଶୁଭ କାର୍ଯ୍ୟ ଅସମ୍ପୂର୍ଣ ବୋଲି ପଣ୍ଡିତ ମାନଙ୍କ ବିଧାନ ଅଥଚ ବେଶ୍ୟାର ଛାୟା ସ୍ପର୍ଶରେ ଅଶୁଚି ହୁଏ ବୋଲି ସମାଜବାଦୀ ମାନଙ୍କ ବିଶ୍ବାସ । ଚିନ୍ତାମଣିର ମୋହ‌ନୀୟ ରୂପ ମାଧୁର୍ଯ୍ୟରେ ଆକର୍ଷିତ ହୋଇ ପ୍ରେମ ବନ୍ଧନରେ ବାନ୍ଧି ହୁଏ ବ୍ରାହ୍ମଣ ଯୁବକ ବିଲମଙ୍ଗଳ I

ନିଜ ଆକର୍ଷଣୀୟ ରୂପ ମାଧୁର୍ଯ୍ୟରେ ଅନେକ ପୁରୁଷଙ୍କର ମନୋରଞ୍ଜନ କରୁଥିବା ଚିନ୍ତାମଣିର କୋମଳ ହୃଦୟରେ କିନ୍ତୁ ଥିଲା କେବଳ ବିଲ୍ଵମଙ୍ଗଳ ପାଇଁ ଅନାବିଳ ପ୍ରେମ । ହେଲେ ସମାଜବାଦୀ ମାନଙ୍କ ଦ୍ବାରା ସ୍ବୀକୃତି ମିଳେଡି ଚିନ୍ତାମଣି ଏବଂ ବିଲ୍ଵମଙ୍ଗଳ ଙ୍କର ପ୍ରେମକୁ । ବିଲ୍ଵମଙ୍ଗଳ ଙ୍କୁ ବ୍ରାହ୍ମଣ ଶାସନ ରୁ ନିଷ୍କାସିତ କରାଯାଏ । ହେଲେ ବାସ୍ତବରେ ପ୍ରେମ କୁ କଣ ଜାତି, ଧର୍ମ, ବର୍ଣ୍ଣ, ମର୍ଯ୍ୟାଦାର କଷଟି ପଥରରେ ପରଖ୍ ଦେଖୁବାକୁ ପଡେ ? ବ୍ରାହ୍ମଣ ସମାଜ ଶ୍ରେଷ୍ଠ ଆସନର ଅଧିକାରୀ,ଦେବତାର ପୂଜକ ହେଲେ ଶୁଦ୍ର କଣ ସେବା କରି ପାରେନା ? ଚିନ୍ତାମଣି କଣ ପାଇ ପାରନ୍ତି ତାଙ୍କ ଶାଶ୍ବତ ପ୍ରେମକୁ ? ହେଲେ ବିଲ୍ଵମଙ୍ଗଳଙ୍କ କାମାତୁର ଆଖ୍ ଦ୍ୱୟ କଣ ଜାଗ୍ରତ କରି ପାରିବ ତାଙ୍କ ଅନ୍ତଦୃଷ୍ଟିକୁ ? ସେ କଣ ପାଇଛନ୍ତି ତାଙ୍କ ପରମ ପ୍ରେମ ଚିନ୍ତାମଣିଙ୍କୁ !! ଏଇ ସବୁ ପ୍ରଶ୍ନ ଏବଂ ତାର ଉତ୍ତରକୁ ନେଇ ଗତିଶୀଳ ନାଟକ ମଧୁଛନ୍ଦା ॥ ଏହାକୁ ରଚନା କରିଛନ୍ତି କାର୍ତ୍ତିକ କୁମାର ଘୋଷ, ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀବତ୍ସ ମହାନ୍ତି।ମଞ୍ଚ ପରିଚାଳନା କରିଥିଲେ ଅଭିନେତା ସମୀର ଶତପଥୀ ଓ ଶେଷରେ ଅନୁଷ୍ଠାନର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *