ଦୀପାବଳୀ ଉତ୍ସବ ପାଳନ ୨୦ ତାରିଖ ସୋମବାର ବୋଲି ପାଞ୍ଜି ଗୁଡିକରେପ୍ରାଞ୍ଜଳ ଭାବରେ ଉଲ୍ଲେଖଅଛି

ଚଳିତ ବର୍ଷ ଦୀପାବଳୀ ଉତ୍ସବ ପାଳନ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତସଭା ଦ୍ବାରା ସଂଶୋଧିତ ହୋଇଥିବା ପାଞ୍ଜି ଗୁଡିକରେ ଅକ୍ଟୋବର ୨୦ ତାରିଖ ସୋମବାର ବୋଲି ପ୍ରାଞ୍ଜଳଭାବରେ ଉଲ୍ଲେଖଅଛି । କିନ୍ତୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର ବହିଷ୍କୃତ ସଦସ୍ୟ ନିଜକୁ ଆତ୍ମଘୋଷିତ ଜ୍ୟୋର୍ତିବିତ ବୋଲାଇ କେତେକ ପ୍ରିଣ୍ଟ ମିଡିଆ ଓ ଗଣମାଧ୍ୟମରେ ଦୀପାବଳୀ ତଥା ଦୀପଦାନ ଶ୍ରାଦ୍ଧକୁ ଅକ୍ଟୋବର ୨୧ ତାରିଖ ମଙ୍ଗବାର ଦିନ କରିବା ପାଇଁ ପ୍ରଚାର କରୁଅଛନ୍ତି । ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉ ଅଛିଯେ, ଅସନ୍ତା ଅକ୍ଟୋବର ୨୦ ତାରିଖ ସୋମବାର ଦୀପଦାନ ଶ୍ରାଦ୍ଧ କରାଯିବା ଶାସ୍ତ୍ରସମ୍ମତ । କାରଣ ତା.୨୧.୧୦.୨୦୨୫ ମଙ୍ଗଳବାର ପ୍ରଦୋଷକୁ ଏକ ଦଶ ଦଣ୍ଡ (୨୪ ମିନିଟ୍) ଅମାବାସ୍ୟା ତିଥି ନାହିଁ । ତେଣୁ ତା.୨୧.୧୦.୨୦୨୫ ମଙ୍ଗଳବାର ଦିନ ଦୀପଦାନ ଶ୍ରାଦ୍ଧ କରା ଯାଇପାରିବ ନାହିଁ I କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ର,ସମ୍ପାଦକ ପ୍ରଫୁଲ୍ଲ କୁମାର ମିଶ୍ର, ଉପସଭାପତି ଉମାବଳଭ ମହାପାତ୍ର,ଯୁଗ୍ମ ସମ୍ପାଦକ ଲୋକନାଥ ମିଶ୍ର,ସଦସ୍ୟ ପଣ୍ଡିତ ଦୁର୍ଗା ପ୍ରସାଦ ମିଶ୍ର,ରବି ପ୍ରସାଦ ରଥ,ଜଗନ୍ନାଥ ରଥ ,ଜ୍ୟୋତିର୍ବିଦ ନୀଳମାଧଵ ଦାସ,ଜ୍ୟୋତିର୍ବିଦ ଜ୍ୟୋତି ପ୍ରସାଦ ଦାସ l

Leave a Reply

Your email address will not be published. Required fields are marked *