ପାଣିପାଇଁ ଢହଳବିକଳ ହେଉଛନ୍ତି ରାଜେନିପ୍ଡିଆ ଗାଁର ଲୋକେ ।
କନ୍ଧମାଳ ତା ୨୫/୦୪/୨୦୨୫ ଫୁଲବାଣୀ, ଫିରିଙ୍ଗିଆ ,ଦୀର୍ଘ ଦୁଇମାସ ହେଲା କୁଅଁରେ ପାଣି ଶୁଖିବା ଦେଖିବାକୁ ମିଳିଛିଲୋକେ ଯେପରି ପିଇବା ପାଣି ପାଇପାରିବେ ସେଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିଥିବାବେଳେ ଫିରିଙ୍ଗିଆ ବ୍ଲକ୍ ଅଧୀନସ୍ଥ କାଶିନିପଦର ପଞ୍ଚାୟତ ଅନ୍ତର୍ଗତ ରାଜେନିପ୍ଡିଆ ଗ୍ରାମର ମଧ୍ୟଭାଗରେ ଥିବା ଜିବନ ଧାରା କୁଆଁ ଦୁଇମାସ ହେଲା କୁଆଁର ପାଣି ଶୁଖି ଥିବାର ଦେଖିବାକୁ ମିଳିଛି।ଶାଶିପଦର ରାଜେନିପ୍ଡିଆ କୁଆଁ ଉପରେ ନିର୍ଭର କରୁଥିବା ପରିବାର ପାଣି ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି କାରଣ ଦୀର୍ଘ ଦୁଇମାସ ହେଲା କୁଅ ର ପାଣି ଶୁଖି ଯାଇଥିବାର ଦେଖିବାକୁ ମିଳିଛି। ପ୍ରତିଦିନ ଏହି ଗାଁର ଲୋକେ ପାଣି ପାଇଁ ଅନେକ ଦୁରକୁ ଯିବାକୁ ପଢୁଛି । ରାଜେନିପ୍ଡିଆ ଗ୍ରାମର ଲୋକଙ୍କ ପାଣି ସମସ୍ୟା କୁ ଦୃଷ୍ଟିରେ ରଖି ଉକ୍ତ ରାଜେନିପ୍ଡିଆ ଗାଁରେ ଏକ ନୁତନ ନଳକୂପ ନିର୍ମାଣ କରିବାପାଇଁ ଗ୍ରାମବାସି ଦାବି କରିଛନ୍ତି।ଲୋକଙ୍କ ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ଫିରିଙ୍ଗିଆ ବ୍ଲକ୍ର ପଞ୍ଚାୟତରାଜ ପ୍ରଶାସନ ସମସ୍ୟା ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି ଓ ଫୁଲବାଣୀ ଆର.ଡବ୍ଲୁ.ଏସ୍.ଏସ୍ ବିଭାଗ କୁ ଟ୍ବୁଇଟ ମାଧ୍ୟମରେ ଅଭିଯୋଗ କଲେ ଦୃଷ୍ଟି ଦିଆଯିବ ବୋଲି ଉତ୍ତର ଆସୁଛି ହେଲେ ରାଜେନିପ୍ଡିଆ ଗାଁରେ ଗୋଟିଏ ବି ନଳକୂପ ନଥିବାରୁ ପାଣି ସମସ୍ୟା ଆଜି ପର୍ଯ୍ୟନ୍ତ ସମାଧାନ ହେଇ ପାରୁନାହିଁ ଯାହା ଫଳରେ ଲୋକ ମାନେ ପିଇବା ପାଣି ପାଇଁ ବହୁତ ଅସୁବିଧା ଭୋଗୁଛନ୍ତି। ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାପାଇଁ ଲୋକଙ୍କ ଦାବି ହେଉଛି । ଦେଖିବାକୁ ବାକି ରହିଲା କେବେ ଜିଲ୍ଲା ପ୍ରଶାସନ ଏହି ନିରୀହ ଗରିବ ଲକ ମାନଙ୍କ ଦୁଃଖବୁଝି ପାଣିର ସମସ୍ୟା ଦୂର କରୁଛନ୍ତି ।
