ସାଂସଦଙ୍କ ଭାଇଙ୍କ ଏକାଦଶାହରେ ଯୋଗଦେଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ ।

ଗଣିଆ- କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଭାଇ ବସନ୍ତ କୁମାର ପାଣିଗ୍ରାହୀଙ୍କ ଅକାଳ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଏକାଦଶାହରେ ତାଙ୍କ ନିଜ ବାସସ୍ଥାନ ଗଣିଆ ବ୍ଳକ ପତଣ୍ଡାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପଟର ଯୋଗେ ଗଣିଆ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ହରିବୋଲ ହୁଳହୁଳି ଧ୍ବନିରେ କମ୍ପି ଉଠିଥିଲା । କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟମନ୍ତ୍ରୀ ହେଲିକ୍ୟାପଟରରୁ ଅବତରଣ କରି ପଡିଆ ଚାରିପଟେ ବୁଲି ଜନସାଧାରଣଙ୍କୁ ହାତ ହଲାଇ ସମ୍ବୋଧନ କରିଥିଲେ । ପରେ ଏକ ବିରାଟ କ୍ୟାରକେଡ ସାଂସଦଙ୍କ ଘର ପତଣ୍ଡା ଅଭିମୁଖେ ଯାଇଥିଲା । ମୁଖ୍ୟମନ୍ତ୍ରୀ ସାଂସଦଙ୍କ ପରିବାରକୁ ଭେଟିଥିଲେ ।

ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ବିଧାୟକ ବାବୁ ସିଂ,ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ଜିଲ୍ଲା ବିଜେପି ସଭାପତି ତାପସ ମାର୍ଥା, ବ୍ଳକ ଅଧ୍ୟକ୍ଷା ଝୁନା ଜେନା,ଗଣିଆ ବ୍ଳକ ସଭାପତି ମହାବୀର ମିଶ୍ର, ସାଂସଦଙ୍କ ଗଣିଆ ବ୍ଲକ ପ୍ରତିନିଧି ଶରତ କର,ବିଭୂତି ଭୂଷଣ ପଣ୍ଡାଙ୍କ ସମେତ ରାଜ୍ୟ ତଥା ଜିଲ୍ଲାର ବହୁ ବରିଷ୍ଠ ନେତା, ବୁଦ୍ଧିଜୀବୀ ତଥା ଜନସାଧାରଣ ଉପସ୍ଥିତ ଥିଲେ । ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ ଧ୍ବନି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ହାତ ଉପରକୁ ଳଉଠାଇ ଜୟ ଜଗନ୍ନାଥ କହିବାକୁ ଅନୁରୋଧ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରଓ୍ବାଲ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ, ତହସିଲଦାର ପ୍ରିତିବାଳା ରଣା, ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *