ଶିକ୍ଷାର ବିକଳଚିତ୍ର ବିଦ୍ୟାଳୟରେ ନାହିଁ କୋଠା ଘର କିନ୍ତୁ ଚାଲିଛି ପାଠପଢା ।
ଶିକ୍ଷାର ବିକଳ ଚିତ୍ର , ବିଦ୍ୟାଳୟରେ ନାହିଁ ନିଜସ୍ୱ କୋଠା । ଏଠାରେ ଚାଲିଛି ପାଠ ପଢା । ବହୁବର୍ଷ ହେଲା ଚେଷ୍ଟା କରିବା ପରେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଗୁରତ୍ବ ନାହିଁ ଆଉ ଛାତ୍ରଛାତ୍ରୀଙ୍କୁ ଅଙ୍ଗନବାଡି କେନ୍ଦ୍ର ର କୋଠା ଓ ପିଣ୍ଡାରେ ଚାଲିଛି ଶିକ୍ଷାଦାନ । ଏପରି ଅଜବ ଦୃଶ୍ୟ ଆମେ ଆଜି ଗଞ୍ଜାମ ଜିଲ୍ଲା ସୋରଡା ବ୍ଳକ ଗେଞ୍ଜା ପଞ୍ଚାୟତ ସାପୁଆପଲ୍ଲୀ ଗ୍ରାମରେ ଦେଖିବା ମିଳିଛି । ସୁଚନାପ୍ରକାରେ ମୌଳିକ ସୁବିଧା ଗ୍ରାମରେ ଗାଁ ଲୋକଙ୍କ ପାଇଁ ଥିବା ବେଳେ ସବୁଠାରୁ ବଡ ଦୁଖ ହେଲା ଗ୍ରାମର ଛାତ୍ର ଛାତ୍ରୀ ମାନଙ୍କ ପାଈଁ ନାହିଁ ପ୍ରାଥମିକ ବିଦ୍ୟାଳୟ କୋଠା ଘର । କେବଳ ସେତିକି ନୁହଁ ସାପୁଆପଲ୍ଲି ରେ ପାଠ ପଢିବା ପାଈଁ ଆଖ ପାଖ 6 ଗୋଟି ଗ୍ରମ ପେରୁଜୁ, ଆଡିଝୋଲା, ରାମଚନ୍ଦ୍ରପୁର , ଗୁଡ଼ିପଲ୍ଲି, ବାସୁଦେବ ପୁର, ନୃଶିଂହ ବଞ୍ଜର ଗ୍ରାମର ପିଲା ମାନେ ପାଠ ପଢିବାକୁ ଆସନ୍ତି ।

କିନ୍ତୁ ଜୁନ ମାସ 2013 ରେ ବିଦ୍ୟାଳୟ ଅନୁଷ୍ଠିତ କରାଯାଇଥିଲେ ମଧ୍ୟ ବିଦ୍ୟାଳୟ ର ନିଜସ୍ୱ କୋଠା ଘର ନାହିଁ । କିନ୍ତୁ ବାରମ୍ବାର ପ୍ରସାସନିକ ସ୍ତରରେ ଅନୁରୋଧ କରିବା ପରେ ମଧ୍ୟ ବିଦ୍ୟାଳୟର କୋଠାଟିଏ ନିର୍ମାଣ ହୋଇପାରି ନାହି । ଏଣୁ ସାପୁଆପଲ୍ଲି ଠାରେ ଥିବା ଅଙ୍ଗନବାଡି ବିଦ୍ୟାଳରେ ଚାଲିଛି ପିଲାଙ୍କ ପାଠ ପଢା । ହେଲେ ବହୁ ଅନୁରୋଧ ପରେ ପ୍ରାଥମିକ ବିଦ୍ୟାଳୟ ର ପିଲାଙ୍କ ପାଇଁ ଶୌଚଳୟ ନିର୍ମାଣ କରାଗଲା କିନ୍ତୁ ପାଠପଢ଼ା ପାଇଁ କୋଠା ଘର ନିର୍ମାଣ କରାଗଲା ନାହିଁ ।ଯେଉଁ ଦିନ ଅଙ୍ଗନବାଡି କେନ୍ଦ୍ରରେ କିଛି ଅନ୍ୟ କାର୍ଯକ୍ରମ ରହେ ତେବେ ଗାଁ କୋଠ ଘରେ ଛାତ୍ରଛାତ୍ରୀଙ୍କୁ ପଢାଇବାକ ପଡେ । ଏହି ପ୍ରକାର ଅଜବ ନୀତିରେ ସାପୁଇପଲ୍ଲୀ ଗାଁର ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬୦ ଛାତ୍ରଛାତ୍ରୀଙ୍କୁ ନେଇ ଦୀର୍ଘ ୧୦ ବର୍ଷ ଧରି ବିଦ୍ୟାଳୟ ଚାଲିଛି । ବାରମ୍ବାର ସ୍ଥାନୀୟ ବିଇଓ , ଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କେମେରା ଆଗରେ ଗ୍ରାମବାସୀ ପ୍ରତିକ୍ରିୟା ରଖିଛନ୍ତି ।
