ଘୁଷୁରୀକୁ ଝାମ୍ଫିନେଲା କୁମ୍ଭୀର
ଭଦ୍ରକ ଜିଲ୍ଲା ଚାନ୍ଦବାଲି ସୁନ୍ଦରପୁର ପଞ୍ଚାୟତ ବୈତରଣୀ ନଦୀ ଦୋହରାପାଟଣା ଠାରେ ଘୁଷୁରୀକୁ ଟାଣି ନେଲା କୁମ୍ଭୀର। ଘୁଷୁରୀକୁ ଟାଣି ନେଉଥିବାର ଦେଖି ସ୍ଥାନୀୟ ଲୋକେ ଭୟଭୀତ। ଆଜି ସଖାଳେ କିଛି ଘୁଷୁରୀ ନଦୀପଠାରେ ଚରୁଥିବା ବେଳେ ଉଛୁଳା ନଦୀରେ କୁମ୍ଭୀର ଆସି ଘୁଷୁରୀଟିକୁ ଟାଣିନେଇ ନଦୀରେ ଭସାଇ ଭସାଇ କଚାଡି କଚାଡି ମାରୁଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଭୟଭୀତ ହୋଇଯାଇଥିଲେ। ତେବେ ଖାଲି ଆଜି ନୁହେଁ ଅନେକ ସମୟରେ ବୈତରଣୀ ନଦୀରେ ବିଭିନ୍ନ ସମୟରେ କୁମ୍ଭୀର ବୁଲୁଥିବାରୁ ପଶୁ ଓ ମଣିଷକୁ ଆକ୍ରମଣ କରୁଥିବା ନଜିର୍ ରହିଛି। ତେବେ ନଦୀକୂଳିଆ ଲୋକେ କୁମ୍ଭୀରକୁ ନେଇ ଭୟ ଓ ଆତଙ୍କ ଭିତରେ ରହୁଛନ୍ତି।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
