ବ୍ୟାସ ସରୋବର ମେଳାରୁ ଚୋରୀ ଅଭିଯୋଗରେ ପୋଲିସ ଦ୍ୱାରା ଜଣେ ଗିରଫ,କୋର୍ଟ ଚାଲାଣ
*ଯାଜପୁର ବ୍ୟାସନଗର ର ଐତିହାସୀକ ବ୍ୟାସ ସରୋବର ମେଳାରୁ ଲକେଟ୍ ଚୋରୀ ଅଭିଯୋଗରେ ପୋଲିସ ଦ୍ୱାରା ଜଣେ ଗିରଫ l ସୂଚନା ଅନୁଯାଇ ଗତକାଲି ରାତିରେ ବ୍ୟାସ ସରୋବର ମେଳାକୁ ଜନୈକ ବ୍ୟକ୍ତିଙ୍କ ପରିବାର ଲୋକେ ବୁଲିବାକୁ ଆସିଥିଲେ l ଏହି ସମୟରେ କୋରେଇ ଥାନା ବରୁଣ୍ଡେଇ ଅଂଚଳର ନରେଶ ଦାସ ମେଳାରେ ବୁଲୁଥିବା ବ୍ୟକ୍ତିଙ୍କ ଝିଅ ବେକରୁ କୌଶଳ କ୍ରମେ ଲକେଟ୍ ଛଡେଇ ନେଇ ଦୌଡ଼ି କି ଯାଉଥିଲା l ସ୍ଥାନୀୟ ଲୋକେ ଦେଖି ଅଭିଯୁକ୍ତ ନରେଶକୁ ଧରି ଯାଜପୁର ରୋଡ ପୋଲିସର ଜିମା ଦେଇଥିଲେ l ସେପଟେ ପୋଲିସ ଘଟଣାର ତଦନ୍ତ କରିବା ପରେ ଆଜି କେଶ ନମ୍ବର 153/24ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନରେଶ ର କୋଭିଡ ଟେଷ୍ଟ ପରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି
