ପ୍ରେସ କ୍ଲବ ସାମ୍ବାଦିକଙ୍କ ସୁରକ୍ଷା ଦାବି କଲା ।

କନ୍ଧମାଳ, ଫୁଲବାଣୀ କନ୍ଧମାଳ ଜିଲ୍ଲାରେ ଦିନକୁ ଦିନକୁ ଗଣ ମାଧ୍ୟମ ପ୍ରତିନିଧି ମାନେ ଅସୁରକ୍ଷିତ ମନେ କରୁଥିବା ନଜରକୁ ଆସିଛି ।ବିଭିନ୍ନ ସମୟରେ ଖବର ପ୍ରକାଶ କୁ ନେଇ ରାଜନୈତିକ ଦଳର ନେତା , ଗୁଣ୍ଡା ଶ୍ରେଣୀର ଲୋକ ଧମକ ଚମକ ଦେଉଥିବା ଅଭିଯୋଗ ଆସିବା ପରେ ପ୍ରେସ କ୍ଲବ୍ ସଦସ୍ୟ ମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଗୁରୁବାର କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ୍ ର ସଭାପତି ଶ୍ରୀ ସୁନିଲ ପଟ୍ଟନାୟଙ୍କ ସଭାପତିତରେ ଅନୁଷ୍ଠିତ ବୈଠକରେ ମାଲକାଗିରିର ୱେବ୍ ସାମ୍ବାଦିକ ଚୌଧରୀ ନରେଶ କୁ ନିର୍ମମ ଭାବେ ହତ୍ୟା ଘଟଣାର ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଓ ପରିବାରଙ୍କୁ କ୍ଷତି ପୂରଣ ପ୍ରଦାନ ଦାବି କରାଯିବ ସହ ତାଙ୍କ ଅକାଳ ମୃତ୍ୟୁ ରେ ଆମର ଆତ୍ମାର ସଦ୍ ଗତି ପାଇଁ ୨ ମିନିଟ୍ ଶାନ୍ତି ପ୍ରଥନା କରାଯିବ। ସହ ଶୋକ ସନ୍ତତ୍ ପରିବାରକୁ ସମବେଦନା ଜ୍ଞାପନ କରାଯାଇଥିଲା ।ସେହିପରି ଫୁଲବାଣୀର ବରିଷ୍ଠ ସାମ୍ବାଦିକ ସିବାନନ୍ଦ ପଟ୍ଟନାୟକ ଙ୍କ ଖବର ପୋଷ୍ଟ କୁ ନେଇ, ଶାସକ ଦଳ ପକ୍ଷରୁ ମିଥ୍ୟା ମାମଲା ରୁଜୁ କରାଯିବ । ଗୁଣ୍ଡା ଙ୍କ ଫୋନ ଧମକକୁ ନେଇ ଉପସ୍ଥିତ ସମସ୍ତ ସଦସ୍ୟ ଘଟଣାର ନିନ୍ଦା କରିବା ସହ ସାମ୍ବାଦିକଙ୍କ ସୁରକ୍ଷା ଦାବି କରାଯାଇଥିଲା ।ଏହି କାର୍ଯ୍ୟ କ୍ରମରେ ପ୍ରେସ କ୍ଲବ ତରଫରୁ ଶାସକ ଦଳର କୌଣସି କାର୍ଯ୍ୟ କ୍ରମକୁ ପ୍ରସାରଣ ନ କରି ବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା ।ଏହି କାର୍ଯ୍ୟ କ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ସାମ୍ବାଦିକ ଗୋପାଳ କୃଷ୍ଣ ପଟ୍ଟନାୟକ,ଶିବାନନ୍ଦ ପଟ୍ଟନାୟକ, ରମେଶ ପ୍ରଧାନ, ଶିବ ବିଶ୍ବାଳ ଅଶୋକ ମହାନ୍ତି,ସନ୍ତୋଷ ଦିଗାଲ ,ସୁନିଲ ବିଶ୍ଵାଳ,ଉପ ସଭାପତି ସୂର୍ଯ୍ୟ ନାରାୟଣ ବେହେରା, ସତ୍ୟ ନାରାୟଣ ବେହେରା,ଆଦିତ୍ୟ ତ୍ରିପାଠୀ, ସନ୍ତୋଷ ମିଶ୍ର, ଅଜିତ୍ ମହାରଣା, ଅଶୋକ ପରିଡ଼ା,ପ୍ରଶାନ୍ତ ଜେନା ସାଧାରଣ ସମ୍ପାଦକ ବିରେନ୍ଦ୍ର କୁମାର ସୁବୁଦ୍ଧି,ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ଶେଷରେ ସାଧାରଣ ସମ୍ପାଦକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *