ପ୍ରଧାନମନ୍ତ୍ରୀ ଆବାସ ଗୃହ ଓ ମଧୁବାବୁ ପେନସନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି
ବ୍ୟାସନଗର ପୌର ପରିଷଦ ପକ୍ଷରୁ ବ୍ୟାସଦେବ ଟାଉନ ହଲ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଓ ମଧୁବାବୁ ପେନସନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଆଜି ପୌର ନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ପାଢ଼ୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ଓ ପୌର ପରିଷଦର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ଅତିଥିଭାବେ ଯୋଗଦେଇ ନୂତନ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟାଦେଶ ଓ ମଧୁବାବୁ ପେନସନ କାର୍ଡ ବଣ୍ଟନ କରିଥିଲେ l ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ମଧ୍ୟରେ କିଭଳି ହିତାଧିକାରୀଙ୍କୁ ଅଧିକରୁ ଅଧିକ ଲାଭବାନ କରାଯାଉଛି ବିଧାୟକ ଆଲୋଚନା କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ୱାର୍ଡ ର କାଉନସିଲର ସଭ୍ୟ,ସଭ୍ୟା ଉପସ୍ଥିତ ଥିଲେ l
