କନ୍ତେଶିର ପଞ୍ଚାୟତ ରେ ଘରେ ଘରେ ପହଞ୍ଚିଲା ଅର୍ପଣ ରଥ
କନ୍ତେଶିର ପଞ୍ଚାୟତ ରେ ଘରେ ଘରେ ପହଞ୍ଚିଲା ଅର୍ପଣ ରଥ ।କେସିଙ୍ଗା ୧୦/୧ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଉଦଘାଟନ ପାଇଁ ପ୍ରତ୍ୟେକ ଓଡ଼ିଆ ପରିବାରରୁ ଅକ୍ଷତ ଚାଉଳ ଓ ଗୁଆ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ସାରା ଓଡ଼ିଶା ରେ ଅର୍ପଣ ରଥ ଘର ଘର ବୁଲି ଗୁଆ ,ଚାଉଳ ସଂଗ୍ରହ କରିବ ।ଏନେଇ ବୁଧବାର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେସିର ଗ୍ରାମ ପଞ୍ଚାୟତ ପହଞ୍ଚି ଥିଲା ଅର୍ପଣ ରଥ କୁ ସ୍ଵାଗତ କରିବା ପାଇଁ କନ୍ତେସିର ଶିବମନ୍ଦିର ପରିସରରେ ଜମିଥିଲା ଭକ୍ତ ଙ୍କ ଭିଡ଼।ହରିବୋଲ ହୁଳହୁଳି କୀର୍ତ୍ତନ କରି ସରପଞ୍ଚ ମମତା ରାଣୀ ନାଏକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଶିକ୍କା ଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟା ରେ ଭକ୍ତ ଅର୍ପଣ ରଥ ସାଙ୍ଗରେ ଗାଆଁ କୁ ଅଗ୍ରସର ହୋଇଥିଲେ। ଗାଆଁ ର ପ୍ରତେକ ଘରେ ଅର୍ପଣ ରଥ କୁ ପୂଜାର୍ଚ୍ଚନା କରାଯାଇ ଅକ୍ଷତ ଚାଉଳ ଓ ଗୁଆ ସଂଗ୍ରହ କରାଯାଇ ଥିଲା।କ୍ଷଣକ ପାଇଁ ଗାଆଁ ରେ ହୋଇଯାଇଥିଲା ଭକ୍ତମୟ ପରିବେଶ।ସମସ୍ତେ ଯେମିତି ଜଗତର ନାଥ ଜଗନ୍ନାଥ ଙ୍କ ଲୀଳା ରେ ମନ୍ତ୍ର ମୁଗ୍ଧ ହୋଇଯାଇଥିଲେ ।
