ପୁରୀ ସୁଭାଷ ବୋଷ ସଂଗ୍ରହାଳୟକୁ ଜାତୀୟ ସ୍ମାରକୀ ଘୋଷଣା କରାଯାଉ

ପୁରୀ,23/1 -ପୁରୀ ଦୁର୍ଗବାଡି ସମିତି, ଦି ବେଲ୍ ୟୁଥ୍ ଫୋରମ୍, ମାଖନ ଲାଲ ହାଲଦାର ସ୍ମୃତି ସମିତି ମିଳିତ ଆନୁକୁଲ୍ୟରେ ନେତାଜୀ ସୁଭାଷ ବୋଷ ଜୟନ୍ତୀ ପାଳିତ ହୋଇଯାଇଛି ।ସକାଳେ ପୁରୀ ଭି ଆଇ ପି ରୋଡ ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା |ସ୍କୁଲ କଲେଜ ଛାତ୍ର ଛାତ୍ରୀ,ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା,ସମାଜ କର୍ମୀ ରାଷ୍ଟ୍ର ପାଇଁ ପଦ ଯାତ୍ରା ରେ ସାମିଲ ହୋଇ ଥିଲେ।ଏହି ରାଲି କୁ ପୁରୀର ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ପଦଯାତ୍ରା ନଗର ପରିକ୍ରମା କରିବା ପରେ ଦୂର୍ଗା ବାଡି ଠାରେ ଏହି ପଦ ଯାତ୍ରୀଙ୍କୁ ସ୍ଵାଗତ କରାଯାଇଥିଲା। ରାଷ୍ଟ୍ରୀୟ ଧ୍ଵଜା ଉତ୍ତୋଲୋନ କରାଯାଇଥିଲା |ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରିଟାୟାର୍ଡ କର୍ଣ୍ଣେଲ ସୁଧୀର କୁମାର୍ ପାତ୍ର ଓ ସୁନିତା ପାତ୍ର ସପତ୍ନିକ ଯୋଗ ଦେଇ ନେତାଜୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେଇ ଯୁବକ ମାନେ ଦେଶ ସେବାରେ ଆଗେଇ ଆସିବା ସହିତ ନିଜ ଆତ୍ମାର ଓ ବିଚାର ସୁଦ୍ଧାତା ପାଇଁ ଯୁବଶକ୍ତି କର୍ଯ୍ୟକରିବବୋଲି ଆହ୍ବାନ ଦେଇ ଥିଲେ।।ଏହି ଅବସରରେ ନେତାଜୀ ଜୟନ୍ତି କମିଟି ତରଫରୁ ପୁରୀ ଭି ଆଈ ପି ରୋଡ କୁ ନେତାଜି ସୁଭାଷ ଚନ୍ଦ୍ର ବୋଷ ରୋଡ,ସାରଦା ଦେବୀ ରୋଡ ସ୍ଥିତ ନେତାଜୀଙ୍କ ସଂଗ୍ରହାଳୟକୁ ଜାତୀୟ ସ୍ମାରକୀ ରୂପେ ଘୋଷଣା କରିବା ପାଇଁ ଦାବୀ କରାଯାଇଥିଲା | ଓଡ଼ିଶାର ସମସ୍ତ ଜିଲ୍ଲାରେ ନେତାଜୀ ଜୟନ୍ତି କୁ ସରକାରୀ ସ୍ତରରେ ପାଳନ କରିବା ପାଇଁ ନେତାଜୀ ସୁବାଷ ବୋଷ ଜୟନ୍ତୀ କମିଟି ତରଫରୁ ଦି ବେଲ୍ ଅଧକ୍ଷ ସିଦ୍ଧାର୍ଥ ରାୟ ଦାବି କରିଥିଲେ ।ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ପୁରୀ ଜିଲ୍ଲା ଲୋକୋ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଅନୁଷ୍ଠାନ ତରଫରୁ ଦିଆ ଯାଇଥିବା ପ୍ରସ୍ତାବ ସ୍ୱାଗତ ଯୋଗ୍ୟ ଏବଂ ଏହା ଉପରେ ପ୍ରଶାସନିକ ସ୍ତରରେ ବିଚାର କରାଯିବ ବୋଲି କହିଥିଲେ।ପ୍ରଥମେ ଦୂର୍ଗା ବାଡି ସମିତି ସାଧାରଣ ସମ୍ପାଦକ ସୁଦିପ କୁମାର୍ ଚ୍ୟାଟର୍ଜି ସ୍ବାଗତ ଭାଷଣ ଦେଇଥିଲେ ।ମାଖନଲାଲ ସ୍ମୃତି ସମିତି ସଭାପତି ଅନାମ ଚନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ କରିଥଲେ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରଣ କରି କୃତିତ୍ଵ ଲାଭ କରିଥିବପ୍ର ତିଯୋଗୀ ଓ ପଦଯାତ୍ରାରେ ସାମିଲ ହୋଇ ହୋଇ ଥିବା ଇନର ହୁଇଲ କ୍ଲବ ଶ୍ରୀକ୍ଷେତ୍ର,ସାମନ୍ତ ଚନ୍ଦ୍ର ଶେଖର କଲେଜ୍ ଛାତ୍ର ଛାତ୍ରୀ,ପୁରୀ ଓମେନ୍ସ କ୍ରିକେଟ କ୍ଲବ,ପୁରୀ ଜିଲ୍ଲା ପୁରୁଷ ଓ ମହିଳା ବେସ ବଲ୍ ୟୁନିଟ,ସ୍ବାମୀ ବିବେକାନନ୍ଦ ଯୁବଶକ୍ତି ସଂଗଠନ ଓ ବର୍ତିକା ସାମାଜିକ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇ ଥିଲା। କାର୍ଯ୍ୟକ୍ରମ କୁ ଦି ବେଲ ୟୁଥ୍ ଓ ଓମେନସ କ୍ଲବ ଓ ଦୂର୍ଗା ବାଡି ସମିତି କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *