ବିଶ୍ବର କଲ୍ୟାଣ ନିମନ୍ତେ ଶ୍ରୀରାମ ଚରିତ ମାନସ ର ପୂର୍ଣ୍ଣାହୁତି ଅନୁଷ୍ଠିତ ।

ଗଣିଆ -୨୨/୦୫-( ନି ପ୍ର ) ବିଶ୍ଵର କଲ୍ୟାଣ ନିମନ୍ତେ ଗଣିଆ ସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଜିଉ ଙ୍କ ପୀଠରେ ଗତ ୧୪ ତାରିଖ ଠାରୁ ଚାଲିଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ର ଆଜି ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା, ଗୋ ପୂଜା,ଶାଲା ପୂଜା, ଶ୍ରୀ ରଘୁନାଥ ଜିଉ ଙ୍କ ଷୋଡ଼ଶ ଉପଚାର ପୂଜା ପରେ ଗୋସ୍ଵାମୀ ତୁଳସୀ ଦାସ କୃତ ଶ୍ରୀରାମ ଚରିତ ମାନସ ପାଠ କରାଯାଏ । ସନ୍ଧ୍ୟାରେ ଓଡିଶାର ପ୍ରତିଷ୍ଠିତ ବକ୍ତା ମାନଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଆଜକୁ ୫୬ ବର୍ଷ ଧରି ଶ୍ରୀ ରାମଦୟା ପରିଷଦ, ଶାଖା ନ -୨୭ ଗଣିଆ ଆନୁକୁଲ୍ୟରେ ଓ ଗଣିଆ ଗ୍ରାମବାସୀ ଙ୍କ ସହଯୋଗ ରେ ପଦ୍ମଲାଭପୁର ଶାସନ ର ବ୍ରାହ୍ମଣ ମାନଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି।

ଚଳିତ ବର୍ଷ , ଉପଦେଷ୍ଟା ପଣ୍ଡିତ ରାମଚନ୍ଦ୍ର ଦାଶ,ବ୍ୟାସ ପଣ୍ଡିତ ଉମାକାନ୍ତ ଦାଶ, ଆଚାର୍ଯ୍ୟ ପଣ୍ଡିତ ବିଶେଶ୍ୱର ମିଶ୍ର, ସଭାପତି ଜଗନ୍ନାଥ ଦାଶ, ସମ୍ପାଦକ ସାନୁଜ ରାମ ମିଶ୍ର ଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା ହୋଇଥିଲା। ନିତିଶ ମିଶ୍ର, ସୁରେଶ ଦାଶ, ରାକେଶ ଷଡ଼ଙ୍ଗୀ, ଜଗନ୍ନାଥ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *