ରାଣୀପଥର ଇନ୍ଦ୍ର ଦେବଙ୍କ ଯଜ୍ଞ ଯାତ୍ରା ଅନୁଷ୍ଠିତ,ଏବେବି ବଞ୍ଚି ରହିଛି ପରମ୍ପରା ।

ଫୁଲବାଣୀ:ନିପ୍ର:-୧୦/୦୬ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଡୁକୁମ୍ପା ପଞ୍ଚାୟତର ରାଣୀପଥର ନଖଣ୍ଡ ମୌଜା ଅଞ୍ଚଳ ବାସୀଙ୍କ ମିଳିତରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଳ ବୃଷ୍ଟି ପାଇଁ ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖି ଥିବା ଇନ୍ଦ୍ର ଦେବଙ୍କ ଯଜ୍ଞ ଯାତ୍ରା ଧୁମ ଧାମ୍ ରେ ଅନୁଷ୍ଟିତ ହୋଇ ଯାଇଛି। ପୁରୋହିତ ଙ୍କ ପାଞ୍ଜି ପାଠ ଅନୁସାରେ ମହେନ୍ଦ୍ର ବେଳା ଦେଖି ରବିବାର ଦିନ ପୂର୍ବାହ୍ନ ୫ ଘଣ୍ଟିକା ସମୟରେ ସମସ୍ତ ମହିଳା ପୁରୁଷ ଯୁବକ ଯୁବତୀ ଙ୍କ ମିଲିତରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି ଇନ୍ଦ୍ରଯଜ୍ଞ ଯାତ୍ରାର କିମ୍ବଦନ୍ତୀ ଅନୁସାରେ। ଆଦ୍ୟ କାଣ୍ଡ ରାମାୟଣର ଲେଖାକୁ ଆଧାର କରି ଆଜିବି ପରମ୍ପରା ଓ ସଂସ୍କୃତିକୁ ବାଜାୟୀ ରଖି ଇନ୍ଦ୍ର ଦେବଙ୍କ ଯଜ୍ଞ ଯାତ୍ରା କରା ଯାଉଛି। ସୁଚନା ଯୋଗ୍ୟ ଯେ ବୈଶାଖ ମାସରେ ପ୍ରାଖୋର ଗ୍ରୀଷ୍ମ ତାପ ରୁ ରକ୍ଷା ପାଇବା ପାଇଁ ଜଳବୃଷ୍ଟି ନିମନ୍ତେ ଇନ୍ଦ୍ରଦେବ ଙ୍କ ବଦଳରେ ମୃଗୁଣୀ ଗର୍ଭରୁ ଜନ୍ମ ହୋଇଥିବା ବିଭାଣ୍ଡକ ଋଷିଙ୍କ ପୁତ୍ର ଋଷିଶୃଙ୍ଗଙ୍କୁ ନର୍ତ୍ତକୀ ମାନଙ୍କ ଦ୍ଵାରା ନୃତ୍ୟ ସଙ୍ଗୀତରେ ମନମୋହି ନଦିରୁ ଏକ ନାବରେ ବରଣ କରି ଯଜ୍ଞ ସ୍ଥାନକୁ ଆଣି ସେଠାରେ ମନ୍ତ୍ର ପାଠ ଅନୁସାରେ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ କରାଗଲା ପରେ ଜଳବୃଷ୍ଟି ପାଇଁ ଇନ୍ଦ୍ର ଦେବଙ୍କୁ ଋଷିଶୃଙ୍ଗ ନିର୍ଦ୍ଧେଶ ଦେଇଥାନ୍ତି ଏହାପରେ ଇନ୍ଦ୍ରଦେବ ଜଳବୃଷ୍ଟି କରନ୍ତି ଆଜିବି ବିଶ୍ବାସ କୁ ପାଥେୟ କରି ଲୋକେ ଏହି ଇନ୍ଦ୍ର ଦେବଙ୍କ ଯଜ୍ଞ ଯାତ୍ରା କରି ଆସୁଛନ୍ତି ବୋଲି ବୁଦ୍ଧିଜୀବୀଙ୍କ ମତରୁ ଜଣାପଡ଼ିଛି। ଏହି ପ୍ରକାରେ ରାଣୀପଥର ନଖଣ୍ଡ ମୌଜା ଅଞ୍ଚଳ ବାସୀ ରବିବାର ଦିନ ଆରମ୍ଭ ସୋମବାର ଦିନ ଯାତ୍ରା ଅନୁଷ୍ଠିତ ହୋଇଛି।

ଏହି ପରିପ୍ରେକ୍ଷୀରେ ସୁଦୂର ନୟାଗଡ଼ ରୁ ସୁନାମ ଧନ୍ୟ କଳାକାର ମାନେ ଆସି ନାଟକ ” ସମୟ ଖେଳୁଛି ଚକା ଭଉଁରୀ ” ମଞ୍ଚସ୍ତ କରିଥିବା ଦେଖିବକୁ ମିଳିଛି। ଏହି ନାଟକର ମଞ୍ଚକୁରେ ମୂଖ୍ୟ ଅତିଥି ଭାବେ ସୁଡୁକୁମ୍ପା ପଞ୍ଚାୟତ ସରପଞ୍ଚ ଦଶରଥ ଜନୀ ଓ କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଂଘର ସଭାପତି ବୈଦ୍ୟନାଥ ବେହେରା ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ତାଡ଼ମେରୁ ଗ୍ରାମ ୱାର୍ଡ଼ ମେମ୍ବର ଚମ୍ପେଶ୍ୱର ଜାନୀ,ଗେଟାମୁଣ୍ଡା ୱାର୍ଡର ସଭ୍ୟା ସରୋଜିନୀ ବେହେରା, ରାଣୀପଥର ୱାର୍ଡର ସଭ୍ୟା ସବିତା କହଁର,ପ୍ରମୁଖ ଯୋଗଦେଇଥିଲେ। ଇନ୍ଦ୍ରଯଜ୍ଞ୍ୟ ଯାତ୍ରା ପରିଚାଳନା କମିଟିର ସଭାପତି ସୁଦାମ ଜାଲ,ସମ୍ପାଦକ ପ୍ରଶାନ୍ତ ଜାଲ, କୋଷାଧ୍ୟକ୍ଷ ଦିଲୀପ କୁମାର ମଲିକ, ରହିଥିବା ବେଳେ,ବାଦଲ କହଁର, ଦିବ୍ୟଜ୍ଞାନ ପ୍ରଧାନ,ରଞ୍ଜିତ ବେହେରା, କୃଷ୍ଣ ଚନ୍ଦ୍ର କହଁର,ସନନ୍ଦ ପ୍ରଧାନ, ସଞ୍ଜୟ ମଲିକ,ମାର୍କଣ୍ଡ ଭୋଇ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *