ପଂଚାୟତ ସ୍ତରରେ ବ୍ୟଙ୍କିଙ୍ଗ ସେବାକୁ ନେଇ ଠିକା ସଂସ୍ଥା ର ମନ ମାନି

ଆମ ରାଜ୍ୟରେ ମୋଟ ଛଅ ହଜାର ସାତ ସହ ଅଠାନାବେ ପଞ୍ଚାୟତ ଥିବା ବେଳେ…. ସେଥିମଧ୍ୟରୁ ଚାରିହଜାର ତିନିଶହ ତେସ୍ତରି ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନଥିବା ନଜରରେ ରଖି ପୂର୍ବତନ ସରକାର ବ୍ୟାଙ୍କ ସେବା ପହଂଚି ପାରୁନଥିବା ପଞ୍ଚାୟତ ମାନଙ୍କରେ CSP OUTLET ଅଥବା ” ଆମ ବ୍ୟାଙ୍କ” ଖୋଲିବାକୁ ନିଷ୍ପତି ନେଇଥିଲେ । 2023 ଅଗଷ୍ଟ ମାସ 11ତାରିଖରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ବିରୋଧୀ ଦଳର ନେତା ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ 4ହଜାର 3ସହ ତେସ୍ତରି ପଂଚାୟତ ରେ csp plus ବ୍ୟାଙ୍କିଙ୍ଗ out let ଖୋଲିବାକୁ ନିଷ୍ପତି ନେଇଥିଲେ state bank of india, punjab national bank, bank of baroda, bank of india, union bank, uco bank, ଭଳି ରାଷ୍ଟ୍ରାୟତ ବ୍ୟାଙ୍କ ସହ ରାଜିନାମା ସ୍ଵାକ୍ଷର କରିଥିଲେ…. ଏହି ଯୋଜନା ଆରମ୍ଭ ହେବାପରେ ଦୁଇ ହଜାର ସାତଶହ ଷଡ଼ଚଳିଶଟି “ଆମ ବ୍ୟାଙ୍କ” ଶାଖା ଖୋଲା ଯାଇଥିବା ରାଜ୍ୟ ଅର୍ଥ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା I କିନ୍ତୁ ବର୍ତ୍ତମାନ “ଆମ ବ୍ୟାଙ୍କ” ଶାଖା ଗୁଡିକର କାର୍ଯ୍ୟକାରିତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ? ନିଜ ପଂଚାୟତରେ ବ୍ୟାଙ୍କ ସେବା ନଥିବାରୁ ଅନେକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ଦିବ୍ୟାଙ୍ଗ, ଠାରୁ ଆରମ୍ଭ କରି ସ୍କୁଲ, କଲେଜ ପିଲା ପର୍ଯ୍ୟନ୍ତ ସମସ୍ତେ ବ୍ୟାଙ୍କ୍ ସେବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି.! କାରଣ ପୂର୍ବତନ ସରକାରଙ୍କ ନିଷ୍ପତି ଅନୁସାରେ ଖୋଲା ଯାଇଥିବା ଶାଖା ଗୁଡିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପ୍ରାୟ ଦୀର୍ଘ 7 ମାସ ହେବ ପାରିଶ୍ରମିକ ମିଳୁନାହିଁ |

ପୂର୍ବତନ ସରକାରଙ୍କ ନିଷ୍ପତି ଅନୁସାରେ ଚୁକ୍ତିନାମା ଗୋଟିଏ ପ୍ରକାର ଥିବାବେଳେ କାର୍ଯ୍ୟକାରୀ ଆଉ ଏକ ପ୍ରକାର ହେବାକୁ ଲାଗିଛି l କାରଣ ଏହି ବ୍ୟାଙ୍କ ସେବା ଗୁଡିକୁ ବୁଝୁଥିବା ଠିକାଦାର ସଂସ୍ଥା ର ମନ ମାନି କହିଲେ ନ ସରେ । ବ୍ୟାଙ୍କ csp outlet ରେ ଥିବା କମ୍ପ୍ୟୁଟର, ପ୍ରିଣ୍ଟର ଆଦି ଯନ୍ତ୍ରପାତି ଧୀରେ ଧୀରେ ଖରାପ ହେବାକୁ ଲାଗିଲାଣି | ମାସ ଶେଷରେ କର୍ମଚାରୀଙ୍କୁ ଦିଆଯାଉଥିବା କମିଶନ ମଧ୍ୟ ଠିକ୍ ସମୟରେ ମିଳୁନାହିଁ l ବ୍ୟାଙ୍କର କୌଣସି ଅସୁବିଧା ହେଲେ ଠିକାଦାର ସଂସ୍ଥାର ଉପରିସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କଲେ ଫଳ ସ୍ୱରୂପ କୌଣସି ଉତ୍ତର ମିଳୁନି ପାରିଶ୍ରମିକ କଥା ଉଠିଲେ agency code ବନ୍ଦ କରିଦିଆଯିବ ଅଥବା ନୂତନ କର୍ମଚାରୀ ଚୟନ କରାଯିବା ଭଳି ଧମକ୍ ଦେବା ସହ ଏକ ପ୍ରକାର ମାନସିକ ନିର୍ଯାତନା ଦିଆଯାଉଛି ! ନୀରବଛିନ୍ନ ବ୍ୟାଙ୍କ କାମ ଜାରି ରଖିବା ପାଇଁ ବିଦ୍ୟୁତ୍, ଇଣ୍ଟରନେଟ ସଂଯୋଗ , ପ୍ରତି ପଞ୍ଚାୟତରେ ଗୃହ ଯୋଗାଇ ଦେବାରେ ସରକାରଙ୍କ ସହାୟତା ପ୍ରଦାନ ରହିଛି । ଆମ ବ୍ୟାଙ୍କ ଖୋଲିବା ଫଳରେ ବୟସ୍କ, ଅବହେଳିତ ମାନଙ୍କୁ ପ୍ରଦାନ କରାଯାଉଥିବା ଭତ୍ତା ନିମନ୍ତେ ଦୂର ଦୂରାନ୍ତ ପର୍ଯ୍ୟନ୍ତ ଦୌଡ଼ିବାକୁ ଆଉ ପଡୁନଥିଲା | ଗ୍ରାମାଞ୍ଚଳ ଏବଂ ଅପହଞ୍ଚ ଅଂଚଳରେ ଲୋକଙ୍କ ହାତ ପାହାନ୍ତରେ ବ୍ୟାଙ୍କ ସେବା ପହଂଚିବା ଦ୍ୱାରା ଲୋକମାନେ ଉପକୃତ ହେଉଥିଲେ ଏବଂ ଏଥିରେ କାମ କରୁଥିବା ସଦସ୍ୟ ସଦସ୍ୟା ରୋଜଗାର କ୍ଷମ ହୋଇପାରିଥିଲେ ବର୍ତ୍ତମାନର ସରକାର ମଧ୍ୟ ଏଇ ସେବାକୁ ନେଇ କୌଣସି ମନ୍ତବ୍ୟ ଆଗ୍ରହ୍ୟ କରି ନାହାଁନ୍ତି । ଯାହା ଦୃଷ୍ଟିଗୋଚ଼ର ହେବା ନିହାତି ଆବଶ୍ୟକ l

ମଳୟ କୁମାର ପାଣିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *