ଜିଲ୍ଲାପାଳଙ୍କ କାର୍ଯ୍ୟରେ ଖୁସି ହେଲେ ବସ୍ତିବାସିନ୍ଦା

ପୁରୀ ପୌରପାଳିକା ଅନ୍ତର୍ଗତ ୩୧ ନଂ ୱାର୍ଡର ତାରିଣୀ ବସ୍ତି,ହରଚଣ୍ଡୀ ବସ୍ତି ଓ ବିଜୁ ନଗର ବସ୍ତିର ବାସିନ୍ଦା ମାନଙ୍କ ଦ୍ୱାରା ପ୍ରଦାନ ହୋଇଥିବା ଦାବିପତ୍ର ଉପରେ ଆଜି ଆକ୍ସନ ଗ୍ରହଣ କରାଯାଇଛି। ଆଜି ପୌରପାଳିକାର ତରଫରୁ ଏହି ସବୁ ବସ୍ତିରେ ୨୫ ଗୋଟି ଷ୍ଟ୍ରିଟ ଲାଇଟ ଲଗାଯାଇଛି। ଯାହା ଫଳରେ ଅନ୍ଧକାରରେ ଆଶା କରାଯାଉଥିବା ବିଭିନ୍ନ ଘଟଣା ଦୁର୍ଘଟଣାରୁ ବର୍ତ୍ତମାନ ରକ୍ଷା ମିଳିଛି। ଜିଲ୍ଲାପାଳ କଥା ଦେଇଥିଲେ ୭ ଦିନ ଭିତରେ ଲାଇଟ ଲଗାଯିବ, ଯାହା ୭ ଦିନ ପୂର୍ବରୁ ସମ୍ଭବ ହୋଇପାରିଛି। ଏହି ପରିପ୍ରେକ୍ଷୀରେ ବସ୍ତି ବାସିନ୍ଦାମାନେ ମଧ୍ୟ କାର୍ଯ୍ୟରେ ନିୟୋଜିତ ସମସ୍ତ ପୌର କର୍ମଚାରୀ ମାନଙ୍କୁ ଫୁଲମାଳ ଦେଇ ସମ୍ନାନିତ କରି ଖୁସିରେ ତାଳିମାରି ବିଭୋର ହୋଇଥିଲେ। ମାନନୀୟ ଜିଲ୍ଲାପାଳଙ୍କୁ ମଧ୍ୟ ଏହି କାର୍ଯ୍ୟ ପାଇଁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *