ଗୋପ ରୁ କୋଣାର୍କ ରାସ୍ତା ପାଲଟିଛି ମରଣଯନ୍ତା l

ଗୋପ :-୨୨/୦୭/୨୫ଭୁବନେଶ୍ୱର ରୁ ପିପିଲି ଦେଇ କୋଣାର୍କ ଠାରୁ ପୁରୀ ଦେଇ ସାତପଡ଼ା ପର୍ଯ୍ୟନ୍ତ ରାସ୍ତା ଟି ସ୍ଵର୍ଣ୍ଣତ୍ରିଭୁଜ ସଡ଼କ ଯୋଜନା ରେ ଅନ୍ତର୍ଭୂକ୍ତ l କିନ୍ତୁ ଦୁଖ ଓ ପରିତାପର ବିଷୟ ଟି ଉକ୍ତ ରାସ୍ତାର ଅବସ୍ଥା ଆଜି ଶୋଚନୀୟ ହୋଇପଡିଛି l ଖାସ କରି ପିପିଲି ଠାରୁ କୋଣାର୍କ କୁ ସଂଯୋଗ କରୁଥିବା ରାସ୍ତା ସେଥିମଧ୍ୟରୁ ନିମାପଡା ଠାରୁ କୋଣାର୍କ ଦୀର୍ଘ 25 କିଲୋମିଟର ରାସ୍ତା ଏବେ ନଷ୍ଟ ହୋଇଗଲାଣି l ଖାସ କରି ଗୋପ ବଜାର ଅତିକ୍ରମ କରିବାକୁ ହେଲେ ଗାଡି ଚାଳକ ଚିନ୍ତାରେ ପଡୁଛି ରାସ୍ତା ଅତିକ୍ରମ କରିବ କିପରି ? କାରଣ ରାସ୍ତା ମଝିରେ ବଡ଼ ବଡ଼ ଖାଲ୍ଲ ଖମ୍ମା ରେ ଭର୍ତ୍ତି ହୋଇଥିବାରୁ ବର୍ଷା ଜଳ ରେ ପୂର୍ଣ୍ଣ ହୋଇଛି l ସାମାନ୍ୟ ଅସାବଧାନତା ହେଲେ ରାସ୍ତା କଡରେ ଥିବା ଦୋକାନ ଉପରେ ଗାଡି ମେଡ଼ିଯାଇପାରେ ? ଖାଲ୍ଲଖମ୍ମା ରୁ ରକ୍ଷା ପାଇବା ପାଇଁ ରାସ୍ତା ମଝିରେ ଥିବା ପାଣିରେ କିଛି ବ୍ୟକ୍ତି ବିଜେପି ପତକା କୁ ବିପଦ ସଂକେତ ରୂପେ ବ୍ୟବହାର କରିଥିଲେ l ଅନ୍ତତଃ ରାସ୍ତା ମଝିରେ ଖାଲ୍ଲ ଅଛି ବୋଲି ଚାଳକ ଜାଣିପାରିବେ l ଏ ସମ୍ପର୍କ ରେ ଆମ ର ସ୍ଥାନୀୟ ପ୍ରତିନିଧି ଶ୍ରୀମତୀ ପରିଡା ଙ୍କୁ ଅବଗତ କରାଇଥିଲେ ସୁଦ୍ଧା ରାସ୍ତା ର କାର୍ଯ୍ୟ ସଠିକ ଭାବେ କରାଗଲାନାହିଁ l ଯଦିଓ ଉକ୍ତ ରାସ୍ତା ର ନବୀକରଣ ଓ ମରାମତି ନମନ୍ତେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଛି କିନ୍ତୁ ତାହା ଅତ୍ୟନ୍ତ ନିମ୍ନମାର କାର୍ଯ୍ୟ ଯୋଗୁ ରାସ୍ତା ନଷ୍ଟ ହେଉଛି l ରାସ୍ତା ମରାମତି ହେଵା ଗୋଟେ ସପ୍ତାହ ହୋଇନି ସାମାନ୍ୟ ବର୍ଷା ରେ ସମସ୍ତ ପିଛୁ ଉଠିଗଲା l

ଏହା ସ୍ଵର୍ଣ୍ଣତ୍ରିଭୁଜ ସଡ଼କ ଯୋଜନା ହୋଇହିବାରୁ ଦୈନିକ ଶତାଧିକ ପର୍ଯ୍ୟଟକ ଙ୍କ ଗାଡି ଯାତାୟାତ କରିଥାନ୍ତି l ସ୍ଥାନୀୟ ବ୍ୟବସାୟୀ ଙ୍କ ପ୍ରଚେଷ୍ଟା ରେ ଇଟା ବାଲି ଦ୍ଵାରା ଖାଲ୍ଲ ଖମ୍ମା କୁ ମରାମତି କରନ୍ତି ସତ କିନ୍ତୁ ତାହା ଅଳ୍ପ ସମୟ ମଧ୍ୟରେ ନଷ୍ଟ ହୋଇଯାଏ l ଏବେ ଉକ୍ତ ରାସ୍ତା ଯାତାୟାତ କରୁଥିବା ବେଳେ ଦୈନିକ ଚୋଟ ବଡ଼ ଦୃଘଟଣାମାନ ଘଟୁଛି l ପର୍ଯ୍ୟଟନ ସ୍ଥଳୀ କୁ ଯଦି ପକ୍କା ସଡ଼କ ର ବ୍ୟବସ୍ତା ନ ଥିବ ତେବେ କାହିଁକି ବୁଲିବାକୁ ଆସିବେ ବିଦେଶୀ ପର୍ଯ୍ୟଟକ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ମୋଟାମୋଟି କହିବାକୁ ଗଲେ ପର୍ଯ୍ୟଟକ ସୁରକ୍ଷିତ ନୁହନ୍ତି କୀ ରାସ୍ତା ଘାଟ ର ଅବସ୍ଥା ଭଲ ନାହିଁ l ଏହାଦ୍ୱରା ଆମେ କିପରି ପର୍ଯ୍ୟଟକକୁ ଆକୃଷ୍ଟ କରିବା ? ଆଉ କିପରି ପର୍ଯ୍ୟଟନ ସ୍ଥଳୀ ର ବିକାଶ ହେଵ ? ଏଥିପ୍ରତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ତୁରନ୍ତ ଦୁଷ୍ଟି ଦେବାକୁ ଗୋପ ଓ କୋଣାର୍କ ଏବଂ ନିମାପଡା ଅଞ୍ଚଳ ବାସୀ ଙ୍କ ପକ୍ଷରୁ ଦାବୀ ହେଉଛି l

Leave a Reply

Your email address will not be published. Required fields are marked *