ବାନରସେନା ପକ୍ଷରୁ ସାରସ୍ବତ ସମାରୋହ ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ।
କୋଣାର୍କ – କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ ପିଲାଙ୍କ ଖବରକାଗଜ ବାନରସେନା ପକ୍ଷରୁ ୩୭ତମ ସାରସ୍ବତ ସମାରୋହ ଅବସରରେ ବାନରସେନା ଶିଶୁ ପତ୍ରିକା ଉନ୍ମୋଚନ, ଶିଶୁ କବିତା ପାଠୋତ୍ସବ, ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଓ ସମ୍ବର୍ଦ୍ଧନା ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବାନରସେନା ଶିଶୁ ଖବରକାଗଜର ସମ୍ପାଦକ ତଥା ବରିଷ୍ଠ ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ଖଟୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ସମାରୋହ ଓ ପ୍ରତିଭା ସମ୍ମାନ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ। ମୁଖ୍ୟ ଅତିଥି ଶ୍ରୀ ସାମଲ ଦୀର୍ଘ ୩୭ବର୍ଷ ଧରି ବହୁ ଘାତ ପ୍ରତିଘାତ ଓ ବାଧାବିଘ୍ନ ମଧ୍ୟରେ ପିଲାଙ୍କ ଖବରକାଗଜ ବାନରସେନା ଶିଶୁ ମାନଙ୍କ ବୌଦ୍ଧିକ ଓ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ନିରବଛିନ୍ନ ଭାବରେ କାର୍ଯ୍ୟ କରି ସମାଜରେ ପ୍ରତିଷ୍ଠିତ ହୋଇପାରିଛି ତାହା ସମାଜ ପାଇଁ ଏକ ମାଇଲି ଖୁଣ୍ଟ ସଦୃଶ। ଏହି ପ୍ରତ୍ରିକା ୩୭ବର୍ଷ ବୟସରେ ଶିଶୁ ହୋଇ ରହିଛି ତାହା ସର୍ବଦା ଶିଶୁ ହୋଇ ରହିଥାଉ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ। ପତ୍ରିକାର କଳେବର ବୃଦ୍ଧି, ସୁନ୍ଦର, ଡିଜିଟାଇଜେସନ ହେବା ସହିତ ଏହା ରୂପାନ୍ତରିତ ହୋଇ ପରିବେଷଣର ମାଧ୍ୟମ ବଦଳିବା ଉପରେ ମତବ୍ୟକ୍ତ କରିଥିଲେ। ଜୀବନକୁ ଭଲ ପାଇ ଜାଣିଲେ ଜଣେ ସାଧକ ହୋଇ ଚିନ୍ତା ଚେତନା ଓ ସୃଜନଶୀଳ କାବ୍ୟ, କବିତା ଓ ସମାଜ ସଂସ୍କାରକ ଭାବରେ ନିଜକୁ ପ୍ରତିଷ୍ଠିତ କରି ଓଡିଆ ଭାଷା ସାହିତ୍ୟର ସୁରକ୍ଷା ଦିଗରେ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭୁବନେଶ୍ଵର ସ୍ଥିତ କିଟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ବରିଷ୍ଠ ସାମ୍ବାଦିକ ତଥା ଶ୍ରୀସାହିତ୍ଯର ସଂପାଦକ ଶ୍ରୀକୃଷ୍ଣ ନାୟକ, କିଟ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ କବି ରକ୍ଷକ ନାୟକ, ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ବିଶିଷ୍ଟ ଶିଶୁ ସାହିତ୍ୟକ ଅନ୍ତର୍ଯ୍ୟାମୀ ପ୍ରଧାନ, ଓଡିଶା ଖଣି ନିଗମ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଅଶୋକ କୁମାର ବେହେରା ଓ ଶିକ୍ଷାବିତ ହରିହର ସାହୁ ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କ ପାଇଁ ବାନରସେନା ଖବରକାଗଜର କାର୍ଯ୍ୟଧାରା ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ଏହା ଶିଶୁ ମାନଙ୍କ ପ୍ରତିଭାର ବିକାଶ ଓ ସମାଜରେ ସେମାନଙ୍କ ପରିଚୟ ସୃଷ୍ଟି ଦିଗରେ ନିରନ୍ତର ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ବାନରସେନା ପ୍ରତ୍ରିକାର ସଂପାଦକ ତଥା ବରିଷ୍ଠ ଶିକ୍ଷାବିତ ପ୍ରତ୍ରିକାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବାନରସେନା ପତ୍ରିକାର ସହ ସମ୍ପାଦକ ଶିକ୍ଷାବିତ ସ୍ନେହଲତା ପରିଡା ପତ୍ରିକାର ଦୀର୍ଘ ୩୭ ବର୍ଷର ସଫଳତା ଉପରେ ଆଲୋଚନା କରିଥିଲେ। ଏହି ସମାରୋହରେ କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି କାର୍ଯ୍ୟକ୍ରମ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଶିଶୁ ସାହିତ୍ୟ ଉପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ବରିଷ୍ଠ କବି ଉମାକାନ୍ତ ମହାପାତ୍ର, ରେଡ଼ିଓ ନମସ୍କାରର ଅଧ୍ୟକ୍ଷ ଏନ୍ ଏ ଶାହ ଅନସାରୀ, ବରିଷ୍ଠ ପ୍ରଧ୍ଯାପକ ରବିନ୍ଦ୍ର ନାଥ ପାଢୀ ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ରାଉତ ଓ କବୟିତ୍ରୀ ସୁଜାତା ସ୍ନିହା ସଂଯୋଜନା କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରସ୍ବତ ସାଧକ, ସାଧିକା, ଶିକ୍ଷାବିତ କ୍ରୀଡା ସଂଗଠକ ଓ ଶିଶୁ ପ୍ରତିଭା ସମେତ ଅନ୍ୟାନ୍ୟ ବ୍ଯକ୍ତି ବିଶେଷ ମାନଙ୍କୁ ମୁଖ୍ୟ ଅତିଥି ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ମାନପତ୍ର, ଫୁଲତୋଡା ଓ ଔପଢକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଊର୍ଦ୍ଧ୍ବ ଶିଶୁ ସାହିତ୍ୟିକ, କବି କବୟିତ୍ରୀ ଓ ଶିଶୁ ପ୍ରତିଭା ମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗବେଷକ ସଂଜୟ କୁମାର ବରାଳ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ସ୍ବର୍ଣ୍ଣ ଲତା ତ୍ରିପାଠୀ, ଶିକ୍ଷକ ଚିତ୍ତରଞ୍ଜନ ବିଶ୍ବାଳ, ଶିକ୍ଷାବିତ କାମଦେବ ବିଶ୍ବାଳ, ରମେଶ ଚନ୍ଦ୍ର ନାୟକ ଙ୍କ ସମେତ ବାନରସେନା ପରିବାରର ସଦସ୍ୟ ମାନେ ପରିଚାଳନା କରିଥିଲେ।
