ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସତସଙ୍ଗ ଉତ୍ସବ ପାଳିତ.

ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ସତସଙ୍ଗ କେନ୍ଦ୍ର ଆନୁକୂଲ୍ୟରେ ଜଗନ୍ନାଥପୁର ସ୍ଥିତ ମଦନ ମୋହନ ମଠ ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ର 137 ତମ ଆବିର୍ଭାବ ମହୋତ୍ସବ ଏବଂ ପଞ୍ଚଦଶ ବାର୍ଷିକ ଉଦବୋଧନି ସ୍ମୃତି ଉତ୍ସବ ଆଜି ତା 14-12-2024 ରିଖ ଶନିବାର ଦିନ ମହାସମାରୋହରେ ପାଳନ ହୋଇଯାଇଛି.ବ୍ରାହ୍ମମୁହୂର୍ତ୍ତରେ ବେଦ ମାଙ୍ଗଳିକ ପ୍ରତ୍ୟୁଷରେ ଉଷା କୀର୍ତ୍ତନ ,ପ୍ରାତଃ ସମବେତ ବିନତି ପ୍ରାର୍ଥନା ,ନଗରପରିକ୍ରମା,ସଙ୍ଗୀତଞ୍ଜଳି,ସତସଙ୍ଗ ସମାଲୋଚନା ହୋଇଥିଲା.ଓଡ଼ିଶାର ବରିଷ୍ଠ ସହପ୍ରତି ରିତିକ୍ ଶ୍ରୀଯୁକ୍ତ ନଗେନ୍ଦ୍ର ନାଥ ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ସତସଙ୍ଗ ଉତ୍ସବ କାର୍ଯ୍ୟକ୍ରମ ହୋଇଥିଲା. ରିତିକ୍ ଆଚାର୍ଯ୍ଯ ଗୋବିନ୍ଦ ଭୂୟାଁ,ବିଜୟ କୁମାର ମାଦେଳି,ନିରଂଜନ ଜେନା,ଗୋପାଳ ଦାସ,ନୃସିଂହ ବେଉରା,ଭୁବନ ମୋହନ ସ୍ୱାଇଁ ସାମିଲ ହୋଇଥିଲେ. ପ୍ରାରମ୍ଭିକ ସୂଚନା କ୍ରମରେ ରିତିକ୍ ବୀରେନ୍ ରାଉତ ସ୍ଵାଗତ ଭାଷଣ ଦେଇଥିଲେ. ଅତିଥି ଭାବେ ପୂର୍ବତନ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଠାକୁରଙ୍କ ଉପରେ ମତ ରଖିଥିଲେ ଯେ ପିତା ମାତା ହେଉଛନ୍ତି ଜୀବନ୍ତ ଦେବତା ବୋଲି ଏହି ସମିଳନୀରେ ବାର୍ତ୍ତା ରଖିଥିଲେ .

ରଘୁନାଥପୁର କେନ୍ଦ୍ର ର ଇନ୍ଚାଜ ନିର୍ମଳ କୁମାର ଜେନା,ସରତ ଚନ୍ଦ୍ର ସ୍ଵାଇଁ ଧ୍ୱନି ଦେଇଥିଲେ. ଅପରାହ୍ନେ ମାତୃସମ୍ମିଳନୀ ରେ ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଏବଂ ବାବା ସଦାନନ୍ଦ ଯୋଗ ଦେଇଥିଲେ .ଶ୍ରୀମତୀ ଜୟନ୍ତୀ ସ୍ୱାଇଁ ଏବଂ ଜୁଲି ମା ସଭା ପରିଚାଳନା କରିଥିଲେ .ଏହି ସଭାରେ ରିତିକ୍ ଦେବତା ମାନେ ଠାକୁର ପ୍ରେମୀ ଭାଇ ଓ ଭଉଣୀମାନଙ୍କୁ ଉଦ୍ଦେଶ୍ଯ ରେ କହିଥିଲେ ଯେ ମଣିଷ ଯଦି ନାମ, ଯଜନ ଯାଜନ,ଇଷ୍ଟବୃତ୍ତି ପ୍ରେମରେ କାରିଚାଲେ ଦେଖିବ ତାକୁ କୌଣସି ବିପଦ ଆପଦ ଆସିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଏବଂ ଆହୁରି ମଧ୍ୟ କହିଥିଲେ ଯେ “ଟଙ୍କାର ଜତନ କର ବା ନ କର ଲୋକର ଯତନା କରେଇ ଚାଲ ଲକ୍ଷ୍ମୀ କେଶବ ରହିବେ ବନ୍ଧା ବିଭବ ରହିବ ତୁମେ ଅଟଳ(ଠାକୁରଙ୍କବାଣୀ).ଶେଷରେ ହଜାର ହଜାର ଭକ୍ତ ପ୍ରସାଦ ପାଇ ନିଜ ନିଜ ଘରକୁ ଫେରିଥିଲେ.

ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *