ବର୍ଷ କୁ ବର୍ଷ ଛାତ୍ର, ଛାତ୍ରୀ ସଂଖ୍ୟା କମିବାରୁ ବିଦ୍ୟାଳୟ ଟି ବନ୍ଦ ହେବାର ଆଶଙ୍କା ଦେଖାଦେଇଛି।

ରଘୁନାଥପୁର -ତା ୧୪.୯.୨୫:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଅଢେଇକୂଳ ଗ୍ରାମ ପଞ୍ଚାୟତର ବଡକୋରକୋର ଗ୍ରାମ ରେ ଥିବା ସରକାରୀ ଉ.ପ୍ରା. ବିଦ୍ୟାଳୟଟିରେ ଛାତ୍ର, ଛାତ୍ରୀ ସଂଖ୍ୟା ମାନ ବର୍ଷ କୁ ବର୍ଷ ହ୍ରାସ ହେବାରେ ଲାଗିଛି। ଯାହା ଫଳ ରେ ଏହି ସ୍କୁଲ ଟି ବନ୍ଦ ହୋଇଯିବାର ଆଶଙ୍କା ଦେଖାଦେଇଛି। ଏଠାରେ ଉଲ୍ଲେଖ ଥାଉ କି ଏହି ଗ୍ରାମର ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାଙ୍କୁ ଘରୋଇ ବିଦ୍ୟାଳୟରେ ନାମ ଲେଖାଇ ମାସିକ ଦରମା ଦେଇ ପାଠ ପଢ଼ାଉଛନ୍ତି, ଯାହା ଫଳ ରେ ଏଠିକାର ଅଧିକାଂଶ ଅଭିଭାବକ ନିଜ ଗ୍ରାମରେ ଥିବା ସରକାରୀ ସ୍କୁଲ ରେ ପାଠ ପଢ଼ାଇବା କୁ ବିମୁଖତା ଦେଖାଯାଉଛି। ଅପରପକ୍ଷରେ ସ୍କୁଲ ପରିଚାଳନା କମିଟି ର ଇଛାଶକ୍ତି ଅଭାବର ପରିଲକ୍ଷିତ ଜଣାପଡ଼ୁଛି କାରଣ ସରକାରୀ ସ୍କୁଲ ରେ ପାଠ ପଢ଼ାଇଲେ ଯେଉଁ ପ୍ରକାରର ସୁବିଧା ମାନ ମିଳେ ତାହା ପ୍ରାୟତଃ ଘରୋଇ ବିଦ୍ୟାଳୟରେ ମିଳେନାହିଁ। ମାତ୍ର ଦୁଃଖ ପରିତାପର ବିଷୟ ନିଜ ଗ୍ରାମର ସରକାରୀ ସ୍କୁଲ ରେ ପାଠ ପଢ଼ାଇବା କୁ ଆଗ୍ରହ ସୃଷ୍ଟି କରିବା ପରିବର୍ତ୍ତେ କମିଟି ସ୍କୁଲ ରେ କିପରି ଘର ପରେ ଘର ସରକାର ତରଫରୁ ଆଣି ତିଆରି ହେବ ତାହା ପ୍ରତି ଆଗ୍ରହ ଦେଖାଇଥାନ୍ତି। ଯାହା ଏକ ଦୈନଦିନ ସମସ୍ୟା ଓ ପରିତାପର ବିଷୟ ଅଟେ। ଯାହାକି ଏହା କିଛି ସଚେତନ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେବାରେ ପରିଲକ୍ଷିତ ହେଉଛି। ଏଠାରେ ସୁଚନା ଥାଉ କି ମହାବାତ୍ୟା ପରେ ସ୍କୁଲ ପାଇଁ ଆସିଥିବା କୋଠା ଘର, ବାତ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ କାମରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ସରକାର ତରଫରୁ ଖର୍ଚ୍ଚ କରିସାରିଲେଣି ଯାହାକି

କିଛି ନିର୍ଦ୍ଧିଷ୍ଟ ମୁଷ୍ଟିମେୟ ବ୍ୟକ୍ତି ଠିକାଦାର କରି ମାଲେମାଲ ହୋଇଥାନ୍ତି ଯାହା ଫଳ ରେ ସ୍କୁଲ ରେ ପିଲା କମିଲେ ତାଙ୍କର ଓ ସ୍କୁଲ ପରିଚାଳନା କମିଟି ର କୈାଣସି ଚିନ୍ତା ନଥିବାର ଜଣାଯାଏ। ଏହି ସମସ୍ୟାଟି କୁ ନଜରକୁ ଆଣି ଗ୍ରାମ ବାସି ମାନଙ୍କୁ ସଚେତନ କରାଇବା ସହ ଗ୍ରାମ ସ୍କୁଲ ରେ କିପରି ପିଲା ସଂଖ୍ୟା ବୃଦ୍ଧି ହେବ ତାହା ସ୍କୁଲ ପରିଚାଳନା କମିଟି ର କର୍ତ୍ତବ୍ୟ ହେବା ଉଚିତ। ତେଣୁ ଏହି ଉଦ୍ଦେଶ୍ୟରେ ସ୍କୁଲ ଟି ଧିରେଧିରେ ବଂଦ ହୋଇଯିବାର ଆଶଙ୍କା କୁ ଏଡେଇ ଦେଇ ହେବ ନାହଁ ଯାହା ଫଳ ରେ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ଏଥି ପ୍ରତି ଧ୍ୟାନ ଦେଇ ବିଦ୍ୟାଳୟ ଟି କିପରି ତିଷ୍ଠି ରହିବା ଦରକାର। ଏହି ପରିପ୍ରେକ୍ଷୀରେ ପୂର୍ବତନ ସରପଂଚ ଶେଷଦେବ ସେଠି, ଉକ୍ତ ଗ୍ରାମର ୱାର୍ଡମେମ୍ବର ପ୍ରତିନିଧି ରବିନ୍ଦ୍ର ମହାପାତ୍ର, ଜଗନ୍ନାଥ ପଣ୍ଡା, ସୁରେନ୍ଦ୍ର ମହାନ୍ତି,ଅଭୟ ପାଣି, ପ୍ରକାଶ ଦାସ, ନିରଞ୍ଜନ ଦ୍ୱିବେଦୀଓ ଅଭିନାଶ ମହାପାତ୍ର ଦୁଃଖ ପ୍ରକାଶ କରିବା ସହିତ ବହୁବିଧ ରାଜନୀତି ଏବଂ କୁଟନୀତି ରୁ ଦୁରେଇ ରହି ଏହାର କିପରି ସୁ ସମାଧାନ ହୋଇ ପାରିବ ଚିନ୍ତା କରିବା ସହିତ ବିଚାର ବିମର୍ଶ କରିବା ପାଇ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *