ଏସ.ସି.ଏସ.ରେ ବାଣିଜ୍ୟ ବିଭାଗ ତରଫରୁ ନୂତନ ଶିକ୍ଷା ବର୍ଷରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପଦାର୍ପଣ ଉତ୍ସବ ଅନୁଷ୍ଠିତ

ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ପୁରୀ, ବାଣିଜ୍ୟ ବିଭାଗ ତରଫରୁ ନୂତନ ଶିକ୍ଷା ବର୍ଷରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପଦାର୍ପଣ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। କୋଠରୀ ନମ୍ବର ୧୦୧ ରେ ୧୫୦ ଛାତ୍ରଛାତ୍ରୀ ଯୋଗଦେଇ ଥିଲା। ବିଭାଗୀୟ ମୁଖ୍ୟ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପ୍ରାଞ୍ଜଳ ଭାବରେ ବିଭାଗ, କଲେଜ, ଶିକ୍ଷା ପାଠ୍ୟକ୍ରମ ଓ ପରୀକ୍ଷା ପଦ୍ଧତି ବିଷୟ ରେ ଅବଗତ କରାଇଥିଲେ। ବାଣିଜ୍ୟ ରେ କିପରି କ୍ୟାରିଅର ଗଠନ କରିହେବ ଓ ଦେଶ ଗଠନରେ ଛାତ୍ରଛାତ୍ରୀଙ୍କ ଶିକ୍ଷା କିପରି ସାହାଯ୍ୟ କରିବ ସେ ବିଷୟ ରେ ଆଲୋକପାତ କରିଥିଲେ। ବରିଷ୍ଠ ଅଧ୍ୟାପିକା ଡକ୍ଟର ଏଲିନା କାନୁନଗୋ ଶ୍ରେଣୀ କକ୍ଷ କିପରି ମଣିଷ ଗଠନ କରେ ସେ ବିଷୟ ରେ ଆଲୋକପାତ କରୁଥିଲେ। ଛାତ୍ରଛାତ୍ରୀମାନେ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପରିଶେଷରେ ଶ୍ରୀମତୀ ସ୍ମୃତି ରେଖା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ସଭା ଆୟୋଜନ ରେ ଅତିଥି ଅଧ୍ୟାପକ ଶ୍ରୀ ସୁକେଶ ରଂଜନ ମହାନ୍ତି ଓ ସତ୍ୟନାରାୟଣ ସାହୁ ସାହାଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *